ନବରଙ୍ଗପୁର,୧୫/୫ : ଜଣେ ନାବାଳିକାକୁ ଅପରହଣ ପରେ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ତଥା ପୋକ୍ସୋ ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି, ଅନାଦେୟରେ ଆହୁରି ୬ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲ୍ଲା ବି.ସିଙ୍ଗପୁର ଥାନା ସେମଳା ଗାଁର ତନ୍ମୟ ବେହେରା। ସେଭଳି ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ଓକିଲ ସଚ୍ଚିନନ୍ଦନ ସ୍ପାଇଁଙ୍କ ସୂଚନା ଅନୁଯାୟୀ, ୨୦୨୩ଜାନୁଆରୀ ୯ରେ ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସନ୍ଧ୍ୟାରେ ତନ୍ମୟ ଅପହରଣ କରିନେଇଥିଲା । ତାଙ୍କ ଗାଁ ନିକଟରେ ଏକ ଗାଁରେ ରଖି ନାବାଳିକାଙ୍କ ସହ ବଳାତ୍କାର କରିଥିଲେ। ପରେ ପରିବାର ଲୋକେ ଛାତ୍ରୀଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇ ଶେଷକୁ ଜାନୁଆରୀ ୧୦ରେ ଥାନାରେ ଏତଲା ଦେଇଥିଲେ । ନବରଙ୍ଗପୁର ପୋଲିସ୍ ଜାନୁଆରୀ ୧୩ରେ ତନ୍ମୟଙ୍କ ଘର ସେମଳା ଗାଁରୁ ନାବାଳିକାଙ୍କୁ ଉଦ୍ଧାର କରି ତନ୍ମୟଙ୍କୁ ନାବାଳିକା ଅପହରଣ ଓ ବଳତ୍କାର ମାମଲାରେ ଗରିଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ପୋକ୍ସୋ ଜଜ୍ ବାସୁଦେବ ଆଚାର୍ଯ୍ୟ ୧୯ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିଭି କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।