ସିଂଘିଯୁବା,୧୫/୫ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ହସ୍ପିଟାଲ ଛକରେ ଗୁରୁବାର ସନ୍ଧ୍ୟା ୮ଟା ସମୟରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ବାଇକ ଚାଳକ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଜଣଙ୍କ ଟାଙ୍ଗର୍କର୍ଲେ ଗ୍ରାମର ସୁମନ୍ତ ଭୋଇ (୪୫) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବିନିକା ପଟୁ ଆସୁଥିବା କାର୍ ନଂ ୨୫ ବିଏଚ ୪୨୬୦ଏଫ୍ ଗାଡ଼ି ରାମପୁର ହସ୍ପିଟାଲ ଛକଠାରେ ଜଣେ ବାଇକ ଆରୋହୀ ଗାଡ଼ି ନଂ ଓଡି ୧୭ସି ୭୪୯୦ ରେ ରାମପୁର ମେନ୍ ରୋଡକୁ ଆସୁଥିବାବେଳେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରୋହୀ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଧକ୍କା ଦେଇଥିବା କାର୍ ଚାଳକ ନିଜ କାରରେ ବାଇକ ଆରୋହୀଙ୍କୁ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡୁଙ୍ଗୁରିପାଲି ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଏ ନେଇ ରାମପୁର ଥାନାରେ କୌଣସି ମଲାଲା ରୁଜୁ ହୋଇନଥିବାବେଳେ ରାମପୁର ପୋଲିସ ତଦନ୍ତ ଜାରି ରଖିଛି ବୋଲି ରାମପୁର ଆଇଆଇସି ପଦ୍ମାସିନୀ ମେହେର ପ୍ରତିକ୍ରିୟା ଦେଇଛନ୍ତି।