ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଅଫୁଟାବାଣ ସହ ଖେଳୁଥିଲା ବେଳେ ବିସ୍ପୋରଣ,୪ ଶିଶୁ ଗୁରୁତର

Published By : Prameya | May 15, 2025 10:59 PM

କାମାକ୍ଷାନଗର,୧୫।୫: କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁରେ ଘଟିଛି ଅଭାବନୀୟ ଘଟଣା l ଅଫୁଟାବାଣ ସହ ଖେଳୁଥିବା ବେଳେ ବାଣ ବିସ୍ପୋରଣ ହୋଇ ୪ ଶିଶୁ ଗୁରୁତର ହୋଇଛନ୍ତି l ସେମାନେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ହାତ, ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଛି l 

ସୂଚନା ମୁତାବକ ଜନ୍ତାରିବୋଲ ଗାଁରେ ଗୁରୁବାର ସଂଧ୍ୟା ସମୟରେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିବା ବେଳେ କିଛି ଅଫୁଟାବାଣ ପଡିଥିବାର ଦେଖିଥିଲେ l ପରେ ସେମାନେ ସେହି ଅଫୁଟାବାଣ ସହ ଖେଳୁଥିବା ବେଳେ ହଠାତ ବାଣ ବିସ୍ପୋରଣ ହୋଇଥିଲା l ଫଳରେ ନିକଟରେ ଖେଳୁଥିବା ୪ ଜଣ ପିଲା ଗୁରୁତର ହୋଇଛନ୍ତି l ଚାରି ଗୁରୁତର ପିଲା ହେଲେ ରାଜ ପଧାନ, ଚନ୍ଦନ ନାୟକ, ଛୋଟୁ ନାୟକ, ଶିବା ପଧାନ l ସମସ୍ତଙ୍କ ବୟସ ୭ ରୁ ୮ ବର୍ଷ ହୋଇଥିବା ବେଳେ ବାଣ ବିସ୍ପୋରଣରେ ସମସ୍ତେ ଗୁରୁତର ହୋଇ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ପିଲା ମାନଙ୍କ ହାତ, ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ବେଳେ ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.