ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୨ ଘଣ୍ଟାରେ ସରିଗଲା ଋଷ-ୟୁକ୍ରେନ୍ ଶାନ୍ତି ଆଲୋଚନା; ଯୁଦ୍ଧବିରତି ବଦଳରେ ବଢିଲା ଟେନସନ୍‌, ଜାଣନ୍ତୁ କେଉଁଠି ବିଗିଡ଼ିଲା କଥା ?

Published By : Ankita S | May 17, 2025 10:59 AM

ନୂଆଦିଲ୍ଲୀ,୧୭/୦୫: ଦୀର୍ଘ ୩ ବର୍ଷରୁ ଅଧିକ ଦିନ ହେବ ଯୁଦ୍ଧ । ଗୁଳିଗୋଳା ବର୍ଷଣ, ଏୟାରଷ୍ଟ୍ରାଇକ୍ ଓ ରକ୍ତପାତ । ଅକାଳରେ ଚାଲି ଯାଇଛି ଅନେକ ଜୀବନ । ତଥାପି ଶାନ୍ତ ପଡୁନାହିଁ ବନ୍ଧୁକ ଥମୁନି ଯୁଦ୍ଧ । ଋଷ- ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୩ ବର୍ଷ ବିତି ଯାଇଛି ।  ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ନେଇ ଆଲେଚନା ହୋଇଥିଲା । ୨ଘଣ୍ଟାରେ ସରିଗଲା ବୈଠକ ହେଲେ କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ । ଯୁଦ୍ଧବିରତି ନେଇ କୌଣସି ବାଟ ଫିଟିଲା ନାହିଁ  ବରଂ ଟେନ୍‌ସନ ବଢିଛି ।

ଶାନ୍ତି ଆଲୋଚନା ନେଇ ହୋଇଥିବା ବୈଠକ ୨ ଘଣ୍ଟାରେ ସରିଗଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ କୌଣସି ସହମତି ହୋଇ ପାରିଲା ନାହିଁ ହେଲେ ଟେନସନ୍ ବଢିଛି । ଋଷ ଯୁଦ୍ଧବିରତି ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ନାହିଁ । ସେହିପରି ୟୁକ୍ରେନ୍ କହିଛି କି, ଦୁଇପକ୍ଷ ବିନା, ଯେ ପର୍ଯ୍ୟନ୍ତ ଦୁଇପଟୁ ବନ୍ଧୁକ ଶାନ୍ତ ନପଡ଼ିଛି ସେ ଯାଏ ଶାନ୍ତି ଅସମ୍ଭବ । ଏହି ଶାନ୍ତି ଆଲୋଚନାରେ ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ସାମିଲ ହେବାର ଥିଲା । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବାକୁ ସଙ୍କେତ ଦେଇଥିଲେ । ମାତ୍ର ଟ୍ରମ୍ପ-ପୁଟିନ ପଛକୁ ଘୁଞ୍ଚିଥିଲେ ।

ଅଧିକ ପଢନ୍ତୁ...ରିପୋର୍ଟରେ ଚାଞ୍ଚଲ୍ୟ କର ତଥ୍ୟ ,୪ ବର୍ଷରେ ଟ୍ରମ୍ପ୍‌ କହିଛନ୍ତି ୩୦ ହଜାରରୁ ଅଧିକ ମିଛ...

ୟୁକ୍ରେନ୍ କହିଛି କି, ଶାନ୍ତି ବାର୍ତ୍ତା ପାଇଁ ଅତିକମ୍‌ରେ ଅସ୍ଥାୟୀ ଅସ୍ତ୍ରବିରତି ଜରୁରୀ । ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି ଋଷ ତାଙ୍କ ସର୍ତ୍ତ ମାନିଲା ନାହିଁ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଫ୍ରାନ୍ସ, ଜର୍ମାନୀ, ୟୁକେ ଏବଂ ପୋଲାଣ୍ଡକୁ ଅପିଲ୍ କରିଛି ଯଦି ସେମାନେ ବିନା ସର୍ତ୍ତରେ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ନାହାନ୍ତି ତେବେ ତାଙ୍କ ବିରୋଧରେ କଡ଼ା ପ୍ରତିବନ୍ଧ ଲଗାଯିବ ।

ଶାନ୍ତି ଆଲୋଚନାରେ କେବଳ ଦୁଇଦେଶ ମଧ୍ୟରେ ୧୦୦୦ ବନ୍ଦୀଙ୍କୁ ଛାଡିବା ଉପରେ ସହମତି ହେଲା । ଅସ୍ତ୍ରବିରତିକୁ ନେଇ ୟୁକ୍ରେନ୍ ସନ୍ତୁଷ୍ଟ ନାହିଁ । ଋଷ ଏହି ମୁ୍ଦ୍ଦା ଉପରେ କୌଣସି ସକାରାତ୍ମକ ଜବାବ ଦେଇ ନାହିଁ । ଋଷ ଏମିତି ସର୍ତ୍ତ ରଖିଛି କି ଯାହା କେବେ ସ୍ୱୀକାର କରି ହେବ ନାହିଁ । ୟୁକ୍ରେନ ତାର ସୈନ୍ୟ ପ୍ରତ୍ୟାହାର କରି ନେଉ ବୋଲି ଋଷ ଚାହୁଁଛି । ଋଷ ଫାଇଦା ନେବାକୁ ଚାହେଁ । ୟୁକ୍ରେନ୍ କହିଛି କି ତାର ସହଯୋଗୀଙ୍କ ପ୍ରସ୍ତାବ ମୁତାବିକ ସିଜଫାୟାର ଚାହେଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.