ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଶାନ୍ତି ବାର୍ତ୍ତା ପରେ ବି ରୁଷର ଜୋରଦାର ଆକ୍ରମଣ: ଯାତ୍ରୀଙ୍କ ଉପରେ ବମ୍ ମାଡ଼, ୯ ମୃତ

Published By : Harapriya Biswal | May 17, 2025 4:33 PM

ନୂଆଦିଲ୍ଲୀ,୧୭।୫: ତୁର୍କୀରେ ଶାନ୍ତି ବାର୍ତ୍ତାର ଦିନକ ପରେ ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା। ଋଷ ସେନା ୟୁକ୍ରେନ୍‌ର ସାମରିକ ଘାଟି ଉପରେ କରିଛି ଆକ୍ରମଣ। ଯେଉଁଠାରେ ୟୁକ୍ରେନ ସେନାର ହତିଆର ରହୁଥିଲା ସେଠାରେ ହୋଇଛି ଡ୍ରୋନ୍ ହମଲା। ଏହି ଆକ୍ରମଣରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନି। ବସ୍‌ରେ ହୋଇଥିବା ବିସ୍ଫୋରଣ ପରେ ଅତିକମ୍‌ରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।

ଦୀର୍ଘ ୩ ବର୍ଷରୁ ଅଧିକ ଦିନ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଛି । ଗୁଳିଗୋଳା ବର୍ଷଣ, ଏୟାରଷ୍ଟ୍ରାଇକ୍ ଓ ରକ୍ତପାତ । ଅକାଳରେ ଚାଲି ଯାଇଛି ଅନେକ ଜୀବନ । ତଥାପି ଶାନ୍ତ ପଡୁନାହିଁ ବନ୍ଧୁକ, ଥମୁନି ଯୁଦ୍ଧ ।  ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ତୁର୍କୀରେ ଶାନ୍ତି ଆଲୋଚନା ହୋଇଥିଲା । ୨ଘଣ୍ଟାର ଆଲୋଚନା ପରେ ସରିଥିଲା ବୈଠକ। ଯଦିଓ  ଦୁଇଦେଶ ମଧ୍ୟରେ ୧୦୦୦ ବନ୍ଦୀଙ୍କୁ ଛାଡିବା ଉପରେ ସହମତି ହେଲା, କିନ୍ତୁ ବାହାରିପାରିଲାନି କୌଣସି ନିଷ୍କର୍ସ । ଯୁଦ୍ଧବିରତି ନେଇ କୌଣସି ବାଟ ଫିଟିଲା ନାହିଁ  ବରଂ ଟେନ୍‌ସନ ବଢିଛି । ଆଲୋଚନାର ଦିନକ ପରେ ୟୁକ୍ରେନ୍ ଉପରେ ରୁଷ କରିଛି ଜୋରଦାର ହମଲା। ୟୁକ୍ରେନ ସାମରିକ ଘାଟି ଉପରେ ରୁଷ କରିଛି ଡ୍ରୋନ୍ ମାଡ଼। ସେଭଳି ଏକ ବସ୍ ଉପରେ ହୋଇଥିବା ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। 

ୟୁକ୍ରେନ୍ ପୋଲିସ କହିଛି, ଏଭଳି ନିରୀହ ଲୋକଙ୍କ ଜୀବନ ନେବା ଓ୍ବାର କ୍ରାଇମ୍। ଆକ୍ରମଣ ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।   ତୁର୍କୀରେ ହୋଇଥିବା ବୈଠକରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ କୌଣସି ସହମତି ହୋଇପାରିନି। ରୁଷ ଅସ୍ତ୍ରବିରତି ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ନାହିଁ । ସେପରି ୟୁକ୍ରେନ୍ କହିଛି  ଦୁଇପଟୁ ଯେ ପର୍ଯ୍ୟନ୍ତ ବନ୍ଧୁକ ଶାନ୍ତ ନପଡ଼ିଛି ସେ ଯାଏ ଶାନ୍ତି ଅସମ୍ଭବ । ଏହି ଶାନ୍ତି ଆଲୋଚନାରେ ପ୍ରଥମେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ସାମିଲ ହେବାର ଥିଲା । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବାକୁ ସଙ୍କେତ ଦେଇଥିଲେ । ମାତ୍ର ଟ୍ରମ୍ପ-ପୁଟିନ ପଛକୁ ଘୁଞ୍ଚିଥିଲେ । ଶେଷରେ କେବଳ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫଳରେ ଏହି ପ୍ରସଙ୍ଗର କୌଣସି ସମାଧାନର ବାଟ ବାହାରି ପାରିଲାନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.