ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଭାରତ-ପାକିସ୍ତାନ ପରମାଣୁ ଆକ୍ରମଣ କରିଥାନ୍ତେ କି ? ଡୋନାଲ୍ଡ ଟ୍ରମ୍ପ କହିଲେ ...

Published By : Prameya | May 17, 2025 4:47 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମକୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ବହୁତ ଘୃଣା ରହିଛି ଏବଂ ଉତ୍ତେଜନା ସେହି ସ୍ତରରେ ପହଞ୍ଚି ଯାଇଥିଲେ, ଯେଉଁଠି ପରବର୍ତ୍ତୀ ପର୍ଯ୍ୟାୟ ସମ୍ଭବତଃ ପରମାଣୁ ବ୍ୟବହାର ଥିଲା। ଟ୍ରମ୍ପ ଶୁକ୍ରବାର ଫକ୍ସ ନ୍ୟୁଜ୍‌ ଇଣ୍ଟରଭ୍ୟୁରେ କହିଥିଲେ , ଏହା ମୋର ଏତେ ବଡ଼ ସଫଳତା ଯେ, ଏହାର ଉଚିତ୍‌ ଶ୍ରେୟ ମୋତେ କେବେ ବି ମିଳିବ ନାହିଁ। ସେମାନେ ଦୁହେଁ ବଡ଼ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଏଥିରେ ଟିକିଏ ବି ସମାନତା ନାହିଁ। ସେମାନେ କ୍ରୋଧିତ ଥିଲେ। ଟ୍ରମ୍ପଙ୍କୁ ପଶ୍ଚିମ ଏସିଆର ତାଙ୍କ ଯାତ୍ରା ପୂର୍ବରୁ ବିଦେଶ ନୀତିର କିଛି ସଫଳତାକୁ ଦର୍ଶାଇ ପଚରା ଯାଇଥିଲା ଯେ, ସେ କଣ ଭାରତ ଓ ପାକିସ୍ତାନକୁ ଫୋନ୍‌ କରି ଥିଲେ। ଟ୍ରମ୍ପ ଜବାବ ଦେଇଥିଲେ, ହଁ ମୁଁ କରିଥିଲି।

ଡୋନାଲ୍ଡ ଟ୍ରମ୍ପ କହିଥିଲେ , ଆପଣ ଦେଖିଥିଲେ କି, ଏହି ସଂଘର୍ଷ କେଉଁ ଦିଗରେ ଯାଉ ଥିଲା ? ଏହା ଯେସାକୁ ତେସା ପରି ଥିଲା। ଏହା ଖୁବ୍ ଗମ୍ଭୀର ହୋଇ ଚାଲିଥିଲା। ମୋ କହିବାର ଅର୍ଥ ଯେ , ମିସାଇଲର ବ୍ୟବହାର ବଢି ଚାଲିଥିଲା। ଉଭୟ ମଜବୁତ ଦେଶ । ଏଥିରୁ ଅନୁମାନ ଏହାର ପରବର୍ତ୍ତୀ ଯେଉଁ ପର୍ଯ୍ୟାୟରେ ଏହା ପହଞ୍ଚିବାର ଥିଲା , ଆପଣ ଜାଣନ୍ତି କି ତାହା କଣ ? ‘ ଏନ୍‌’ । ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ପଚାରି ଥିଲେ ଯେ, ଏନ୍ ଶବ୍ଦର ଅର୍ଥ କଣ ନ୍ୟୁକ୍ଲିୟର ? ଟ୍ରମ୍ପ କହିଥିଲେ, ଏହା 'ଏନ' ଶବ୍ଦ। ଏହା ବହୁତ ଖରାପ ଶବ୍ଦ। ମୋର ଅନୁମାନ ସେ ଖୁବ୍‌ ନିକଟତର ଥିଲେ। ଘୃଣା ବହୁତ ଅଧିକ ଥିଲା। ମୁଁ କହିଥିଲି ଯେ ଆମେ ବ୍ୟବହାର ବିଷୟରେ କଥାହେବା। ଆମେ ବହୁତ ଗୁଡ଼ିଏ ବ୍ୟବସାୟ କରିବାକୁ ଯାଉଛେ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୁଁ ବ୍ୟବସାୟର ଉପଯୋଗ ହିସାବ ବରାବର କରିବା ଓ ଶାନ୍ତି ସ୍ଥାପିତ କରିବା ପାଇଁ କରୁଛି। ସେ କହିଛନ୍ତି କି , ଭାରତ ଦୁନିଆରେ ସବୁଠୁ ଅଧିକ ଟାରିଫ୍‌ ଲଗାଇବାର ଦେଶ ମଧ୍ୟରେ ଗୋଟିଏ । ସେ ବ୍ୟବସାୟକୁ ପାଖାପାଖି ଅସମ୍ଭବ କରି ଦିଅନ୍ତି। ଆପଣଙ୍କୁ କଣ ଜଣା ଯେ, ସେ ଆମେରିକା ପାଇଁ ନିଜ ଶୁଳ୍କରେ ୧୦୦ ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତୁତ ଅଛନ୍ତି ? ଏହି ମାମଲାରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହି। ଯେବେ ଟ୍ରମ୍ପଙ୍କୁ ପଚାରଗଲା ଯେ,  ଭାରତ ସହ ଡିଲ୍‌ ଶୀଘ୍ର ହେବାକୁ ଯାଉଛି କି ? ସେ କହିଥିଲେ , ହଁ ଏହା ଶୀଘ୍ର ହିଁ ହେବ। 

ଉଲ୍ଲେଖନୀୟ ଯେ, ଭାରତ ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ଜବାବରେ ୭ ମଇର ସକାଳେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କ ଠିକଣା ଉପରେ ହମଲା କରିଥିଲା। ପହଲଗାମ ଆତଙ୍କବାଦୀ ହମଲାରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା। ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ୮-୯ ଓ ୧୦ ମଇରେ ଭାରତୀୟ ସେନା ଠିକଣା ଉପରେ ହମଲା କରିବାକୁ ପ୍ରୟାସ କରିଥିଲା। ଏହାପରେ ଭାରତୀୟ ସେନା ଅନେକ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଉପରେ ଭୀଷଣ ଜବାବୀ ହମଲା କରିଥିଲା। ୪ଦିନ ଯାଏ ସୀମା ପାର୍‌ରୁ ଡ୍ରୋନ୍‌ ଓ ମିସାଇଲ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେନା ମୁକାବିଲା ବନ୍ଦ କରିବା ପାଇଁ ୧୦ ମଇରେ ସହମତି ହୋଇଥିଲା। ଟ୍ରମ୍ପ ୧୦ ମଇରେ ଘୋଷଣା କରିଥିଲେ ଯେ , ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ସମୟର କଥାବାର୍ତ୍ତା ପରେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତତ୍କାଳ ଯୁଦ୍ଧ ବିରତିରେ ସହମତି ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.