ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଚୀନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

Published By : Anindita Ratha | May 16, 2025 10:17 AM

ନୂଆଦିଲ୍ଲୀ,୧୬/୦୫:ଚୀନରେ ଭୂକମ୍ପ ଝଟକା। ଶୁକ୍ରବାର ଭୋର ସମୟରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି  ଭୂକମ୍ପର ନିଶ୍ଚିତ କରିଛି। ଚୀନ୍ ପୂର୍ବରୁ,  ଆଫଗାନିସ୍ତାନରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦିନବେଳେ, ତୁର୍କୀ ଏବଂ ମିଆଁମାରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ ୩ ରୁ ୫ ମଧ୍ୟରେ ରେକର୍ଡ କରାଯାଇଥିଲା।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଗତକାଲି ଦିନ ପ୍ରାୟ ୨ଟା ସମୟରେ ତୁର୍କୀରେ ରିକ୍ଟର ସ୍କେଲରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବଂ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କଥାବାର୍ତ୍ତା କରୁଥିବା ସମୟରେ ତୁର୍କୀରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପଟି ତୁର୍କୀର ମଧ୍ୟ ଭାଗରେ ଅନୁଭୂତ ହୋଇଥିଲା ଏବଂ ରାଜଧାନୀ ଅଙ୍କାରା ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ତୁର୍କୀର ବିପର୍ଯ୍ୟୟ ସଂସ୍ଥା  ଭୂମିକମ୍ପର ସତ୍ୟାସତ୍ୟ ପ୍ରମାଣିତ କରିଛି ।  ଏଥିସହ କହିଛି ଯେ ଏହା କନ୍ୟା ପ୍ରଦେଶର କୁଲୁ ଜିଲ୍ଲାରେ ଅନୁଭୂତ ହୋଇଛି। ଦେଶର କୌଣସି ସ୍ଥାନରେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି, ଆହତ କିମ୍ବା ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ।


ସେହିପରି ତୁର୍କୀ ପୂର୍ବରୁ, ବୁଧବାର ସକାଳେ ଗ୍ରୀସର ଫ୍ରାଏରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଘଟିଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧:୫୧ ମିନିଟରେ ୭୮ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପଟି ମିଶରର କାଇରୋରୁ ଇସ୍ରାଏଲ, ଲେବାନନ, ତୁର୍କୀଏ ଏବଂ ଜୋର୍ଡାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଗ୍ରୀସର ଦକ୍ଷିଣ-ପୂର୍ବ ସମୁଦ୍ରରେ ଠାବ ହୋଇଥିଲା, ତେଣୁ ସୁନାମି ଚେତାବନୀ ଜାରି କରାଯାଇଥିଲା, ଯାହାକୁ କିଛି ଘଣ୍ଟା ପରେ ପ୍ରତ୍ୟାହାର କରାଯାଇଥିଲା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.