ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ପିଏନ୍‌ବି ମହାଘୋଟାଲା ମାମଲା; ପଳାତକ ନୀରବ ମୋଦିକୁ ଝଟକା,୧୦ମ ଥର ଜାମିନ ଆବେଦନ ଖାରଜ

Published By : Ankita S | May 16, 2025 8:03 AM

ନୂଆଦିଲ୍ଲୀ,୧୬/୦୫: ପଳାତକ ନୀରବ ମୋଦିଙ୍କୁ ବଡ଼ ଝଟକା । ପିଏନ୍‌ବି ମହାଘୋଟାଲା ମାମଲାର ଆଉ ଜଣେ ସୁତ୍ରଧର ନୀରବ ମୋଦିର ଜାମିନ ଆବେଦନ ଖାରଜ । ଲଗାତାର ୧୦ମ ଥର ପାଇଁ ବେଲ୍ ପିଟିସନ୍‌କୁ ଅଗ୍ରାହ୍ୟ କରିଛନ୍ତି ଲଣ୍ଡନ ହାଇକୋର୍ଟ । ୨୦୧୯ ମାର୍ଚ୍ଚ ୧୯ରୁ ବ୍ରିଟେନ୍ ଜେଲରେ ବନ୍ଦୀ ନୀରବ ମୋଦି । ଫେରାର ଭୟ ଥିବା ବେଲ୍ ଖାରଜ ହୋଇଛି ।

୧୦ମ ଥର ଜାମିନ ଆବେଦନ ଖାରଜ- ଭାରତର ପଳାତକ ଆର୍ଥିକ ହେରଫେରର ଅଭିଯୁକ୍ତ ନୀରବ ମୋଦିର ଆଉ ଏକ ଜାମିନ ଆବେଦନ ଖାରଜ କରିଛନ୍ତି ଲଣ୍ଡନ ହାଇକୋର୍ଟ । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଅନୁରୋଧ ଉପରେ ନିଷ୍ପତ୍ତି ଆସିବା ଯାଏଁ ଜେଲରୁ ମୁକୁଳିବାକୁ ଜାମିନ ଆବେଦନ କରିଥିଲେ । ବେଲ୍ ପିଟିସନ୍ ଖାରଜ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ମିଳିଛି । ଏହା ତାଙ୍କର ୧୦ମ ଥର ଦାୟର ହୋଇଥିବା ଜାମିନ ଆବେଦନ ଯାହା ଅଗ୍ରାହ୍ୟ କରିଛନ୍ତି ୟୁକେ ହାଇକୋର୍ଟ ଜଷ୍ଟିସ୍ କିଙ୍ଗଙ୍କ ଖଣ୍ଡପୀଠ । ନୀରବ ମୋଦିଙ୍କ ଦାଦା ପିଏନ୍‌ବି ଘୋଟାଲାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ମେହୁଲ ଚୋକସୀ ।

ଅଧିକ ପଢନ୍ତୁ...ମେହୁଲ ଚୋକସୀଙ୍କ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜୋରଦାର, ବେଲଜିୟମ ସରକାରଙ୍କ ସହ ଆଲୋଚନା

କହି ରଖୁଛି କି, ପିଏନ୍‌ବି ମହାଘୋଟାଲାର ଅନ୍ୟତମ ପଳାତକ ହୀରା ବ୍ୟବସାୟୀ ମୋହୁଲ ଚୋକସୀ କିଛି ଦିନ ତଳେ ବେଲଜିୟମରୁ ଗିରଫ ହୋଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ଘୋଟାଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିର ପ୍ରତ୍ୟର୍ପଣ ଆବେଦନ ପରେ ଗତ ଏପ୍ରିଲ ୧୨ରେ ବେଲଜିୟମ ପୋଲିସ ମୋହୁଲକୁ ଗିରଫ କରିଥିଲା । କୋଟି କୋଟି ଟଙ୍କା ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ଖୁବଶୀଘ୍ର ମେହୁଲକୁ ଭାରତ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜାରି ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.