ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇ ନାହାଁନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ,ସେ ମଧ୍ୟସ୍ଥତା କରିନାହାଁନ୍ତି। ହେଲେ ସେ ଭାରତ-ପାକିସ୍ତାନ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଛନ୍ତି କରିଛନ୍ତି ବୋଲି କହିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ସମ୍ପର୍କରେ, ଆମେରିକା ରାଷ୍ଟ୍ରପତି ପୂର୍ବରୁ ଦାବି କରିଥିଲେ ଯେ, ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଣିଛନ୍ତି, କିନ୍ତୁ ଏବେ ସେ ନିଜେ କହୁଛନ୍ତି ଯେ ମୁଁ ଯୁଦ୍ଧବିରତି ଆଣିନାହିଁ । ସେ କହିଛନ୍ତ କି, ମୁଁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ଅନେକ ଥର ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ। ଯେତେବେଳେ ଭାରତ ସ୍ପଷ୍ଟ କରିଦେଇଥିଲା ଯେ ପାକିସ୍ତାନର ଡିଜିଏମଓ ନିଜେ ଫୋନ୍ କରି ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲେ।
କତାରର ଦୋହାରେ ଏକ କାର୍ଯ୍ୟକ୍ରମ ସମୟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି। ଆଲୋଚନା ଡ୍ରୋନ୍ ଏବଂ ମିସାଇଲ୍ ଭାଷାରେ ହେବାକୁ ଯାଉଥିଲା, ସେଥିପାଇଁ ମୁଁ ଉଭୟ ଦେଶ ସହ କଥା ହୋଇ ପରିସ୍ଥିତିକୁ ଶାନ୍ତ କରିଥିଲି। ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ମୁଁ ଏଠାରୁ ଚାଲିଯିବା ପରେ ମଧ୍ୟ ଯେପରି ଶୁଣିବାକୁ ପାଇବି ଯେ ଉଭୟ ଦେଶ ଶାନ୍ତିପୂର୍ଣ୍ଣ ରହିଛନ୍ତି।