ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ପାକ୍‌ ପରମାଣୁ ଘାଟିରୁ ରେଡିଏସନ ଲିକ୍‌ ! ଘରଦ୍ୱାର ଛାଡ଼ି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କ ପଳାୟନ

Published By : Prameya | May 15, 2025 9:17 AM

ନୂଆଦିଲ୍ଲୀ, ୧୫/୫: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସରଗୋଦା ଜିଲ୍ଲାସ୍ଥିତ କିରାନା  ହିଲ୍ସରେ ଥିବା ଏହାର ପରମାଣୁ ମିସାଇଲ ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା ଭାରତ!  ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେ ଏଠାରୁ  ରେଡିଏସନ୍‌ (ବିକିରଣ) ଲିକ୍‌ ହେବାରେ  ଲାଗିଛି । ଫଳରେ ପାର୍ଶ୍ୱବର୍ତ୍ତୀ  ଅଞ୍ଚଳରୁ ଲୋକମାନେ ଘରଦ୍ୱାର ଛାଡ଼ି ପଳାଉଛନ୍ତି । 

ସୋସିଆଲ ମିଡିଆରେ ଏବେ  ଏଭଳି ଚର୍ଚ୍ଚା ଜୋରଦାର ହେଉଛି । କିନ୍ତୁ କିରାନା ହିଲ୍ସ ଉପରେ ଆକ୍ରମଣ କରିଥିବା ଖବରକୁ  ଭାରତ ପୂର୍ବରୁ ଖଣ୍ଡନ କରିଦେଇଛି । ସେହିଭଳି  ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ)  ମଧ୍ୟ ପାକ୍‌ ଆଣବିକ କେନ୍ଦ୍ରରୁ ବିକିରଣ ଲିକ୍‌ ହେବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି । ଗତ ୧୨ ତାରିଖରେ  ଭାରତର ଏୟାର ମାର୍ଶଲ ଏ କେ ଭାରତୀ ସାମ୍ବାଦିକ  ସମ୍ମିଳନୀରେ କହିଥିଲେ, ଆମ ସେନା କିରାନା ହିଲ୍ସ  ଉପରେ ହମଲା କରିନାହିଁ । ଏମିତି କି କିରାନା ହିଲ୍ସରେ  ପାକିସ୍ତାନର ଆଣବିକ କେନ୍ଦ୍ର ଥିବା ଆମେ ଜାଣିନାହୁଁ । 

ଉଲ୍ଲେଖଯୋଗ୍ୟ, ‘ଅପରେସନ ସିନ୍ଦୂର’ରେ  ଭାରତ ପାକିସ୍ତାନର ୧୧ଟି ବାୟୁସେନା ଘାଟି ଉପରେ  ପ୍ରଚଣ୍ଡ ଆକ୍ରମଣ କରିଥିଲା । ତନ୍ମଧ୍ୟରେ ଥିବା  ସରଗୋଦା ଘାଟି କିରାନା ହିଲ୍ସ ଠାରୁ ପ୍ରାୟ ୨୦  କିଲୋମିଟର ଦୂର । ସରଗୋଦାରେ ଥିବା ମୁଶାଫ  ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା  ଭାରତ । କୁହାଯାଉଛି ଯେ ଏହି ସମୟରେ କିରାନା  ହିଲ୍ସରେ ଥିବା ପାକ୍‌ର ଆଣବିକ କେନ୍ଦ୍ର ଉପରେ ମଧ୍ୟ  ଆକ୍ରମଣ ହୋଇଥାଇପାରେ । ଏହାର କେତେକ ପାଶ୍ୱର୍  ପ୍ରତିକ୍ରିୟା ବି ଦେଖିବାକୁ ମିଳିଲାଣି । ଉକ୍ତ ଅଞ୍ଚଳରେ  ୨-୩ ଥର ଭୂମିକମ୍ପ ଅନୁଭୂତ ହେଲାଣି। ରିକ୍ଟର  ସ୍କେଲରେ ଏହାର ତୀବ୍ରତା ୪.୬ ପର୍ଯ୍ୟନ୍ତ ହେବ । 

ସୂଚନାଥାଉ କି କିରାନା ହିଲ୍ସକୁ ପାକିସ୍ତାନର  ଏକ ଶକ୍ତିଶାଳୀ ସାମରିକ ଘାଟି  ବିବେଚନା କରାଯାଉଛି । ଏଠାରେ  ୧୦ରୁ ଅଧିକ ଭୂତଳ ଆଣବିକ ସୁଡ଼ଙ୍ଗ  ରହିଥିବା ଅନୁମାନ କରାଯାଉଛି ।  ଏଠାରେ ଆଣବିକ ଅସ୍ତ୍ର ପରୀକ୍ଷଣ  ବି କରାଯାଏ । ଖୁସାବ ଆଣବିକ ସ୍ଥଳୀଠାରୁ ଏହାର  ଦୂରତା ପ୍ରାୟ ୭୫ କିଲୋମିଟର ହେବ । କିରାନା  ହିଲ୍ସ ଆଣବିକ କେନ୍ଦ୍ରରେ ସମ୍ଭାବ୍ୟ ବିକିରଣ  ଲିକ୍‌ର ଯାଞ୍ଚ ପାଇଁ ଆମେରିକୀୟ ଟିମ୍‌ ଆସିପାରେ  ବୋଲି କୁହାଯାଉଛି । କିନ୍ତୁ ଆମେରିକାର ବିଦେଶ  ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.