ଇସଲାମାବାଦ : ପାକିସ୍ତାନର ପୂର୍ବତନ ପିଏମ୍ ଇମ୍ରାନ ଖାନ ଜେଲ୍ରେ ବନ୍ଦୀ ଅଛନ୍ତି, କିନ୍ତୁ ଭାରତ ସହ ଉତ୍ତେଜନା ମଧ୍ୟରେ ତାଙ୍କର ପୂରା ନଜର ରହିଛି। ଇମ୍ରାନ ଖାନଙ୍କୁ ଜେଲରେ ସାକ୍ଷାତ୍ କରିବାକୁ ତାଙ୍କର ଭଉଣୀ ଆସି ଥିଲେ। ସେ ମିଟିଂ ପରେ କହିଛନ୍ତି ଯେ , ଇମ୍ରାନ ଖାନଙ୍କୁ ଭୟ ଯେ, ଭାରତ ଯଦିଓ ଅସ୍ତ୍ରବିରତି ସ୍ୱୀକାର କରିନେଇଛି , କିନ୍ତୁ କେବେ ବି ହମଲା କରିପାରେ। ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ କହିଛନ୍ତି ଯେ, ଭାଇଙ୍କୁ ଏହି କଥାର ଚିନ୍ତା ଯେ, ଏବେ ବି ଭାରତ ଆକ୍ରମଣ କରିପାରେ। ସେ ପାକିସ୍ତାନର ସେନା ଓ ସରକାରଙ୍କୁ ଆଲର୍ଟ ରହିବାକୁ କହିଛନ୍ତି। ଜେଲ୍ ପ୍ରଶାସନ ପକ୍ଷରୁ ଇମ୍ରାନ ଖାନଙ୍କ ଭଉଣୀଙ୍କୁ ୮ ସପ୍ତାହ ପରେ ଭେଟିବାକୁ ଅନୁମତି ଦିଆଯାଇ ଥିଲା।
ପାକିସ୍ତାନୀ ଖବରକାଗଜ ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ ଅନୁସାରେ , ଅଲିମା ଇମ୍ରାନଙ୍କୁ ଭେଟିବା ପରେ ମିଡ଼ିଆକୁ କଥାବାର୍ତ୍ତାରେ କହିଛନ୍ତି, ଭାରତ ପକ୍ଷରୁ ଏବେ ମଧ୍ୟ ଆକ୍ରମଣ ହୋଇପାରେ। ଇମ୍ରାନ ଖାନ କହିଛନ୍ତି , ନରେନ୍ଦ୍ର ମୋଦି ପାକିସ୍ତାନକୁ ଘୃଣା କରନ୍ତି ଏବଂ ରାଗରେ କେବେ ବି ହମଲା କରି ପାରନ୍ତି। ଇମ୍ରାନ ଖାନଙ୍କ ଅନୁସାରେ , ଅଲିମା କହିଛନ୍ତି ଯେ , ଯୁଦ୍ଧରେ ୬୦ପ୍ରତିଶତ ଯୁଦ୍ଧ ମାନସିକ ହୋଇଥାଏ। ମୋତେ ଭୟ ଯେ, ନରେନ୍ଦ୍ର ମୋଦି ପୁଣି ଥରେ ହମଲା କରିପାରନ୍ତି। ଅଲିମା କହିଛନ୍ତି ଯେ , ଇମ୍ରାନ ଖାନ ଦେଶର ଚିନ୍ତା ଗୁଡ଼ିକୁ ନେଇ କଥାବାର୍ତ୍ତା ହୋଇଥିଲେ। ଇମ୍ରାନ ଖାନଙ୍କ ପକ୍ଷରୁ ଏହି ସମୟରେ ମିଲିଟାରୀ କୋର୍ଟରେ ଚାଲୁଥିବା ମୋକଦମାକୁ ନେଇ ମଧ୍ୟ କଥାବାର୍ତ୍ତା କରିଛନ୍ତି।
କହି ରଖୁଛୁ କି, ଇମ୍ରାନ ଖାନ ୯ ମଇ , ୨୦୨୩ ଠାରୁ ଜେଲ୍ରେ ଅଛନ୍ତି। ଏହି ସମୟରେ ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନ ହେଉଥିଲା ଏବଂ ତାଙ୍କର ସମର୍ଥକମାନେ ସେନାର ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଥିଲେ। ଏହି ଠିକଣରା ହମଲା କରୁଥିବା ଲୋକଙ୍କ ବିରୋଧରେ ମିଲିଟାରୀ କୋର୍ଟରେ କେସ୍ ଚାଲିଛି। ଇମ୍ରାନ ଖାନ କହିଛନ୍ତି , ଏହି ସବୁ ମାମଲାର ବିରୋଧ କରିବା ପାଇଁ ତାଙ୍କର ସମର୍ଥକଙ୍କୁ ରାସ୍ତାକୁ ଓହ୍ଲାଇବା ଉଚିତ୍।
ଉଲ୍ଲେଖନୀୟ ଯେ, ଗତ ସପ୍ତାହରେ ପାକିସ୍ତାନର ସୁପ୍ରିମକୋର୍ଟ ସେନାକୁ ପାୱାର ଦେଇଛନ୍ତି କି ,ସାଧାରଣ ନାଗରିକଙ୍କ ବିରୋଧରେ ମଧ୍ୟ ମିଲିଟାରୀ କୋର୍ଟସରେ କେସ୍ ଚାଲିପାରେ। ଏହାପର ଠାରୁ ଚର୍ଚ୍ଚା ଯେ ସେନା ପ୍ରମୁଖ ଆସିମ୍ ମୁନିରଙ୍କୁ ବହୁତ ଅଧିକ ଶକ୍ତି ମିଳି ଯାଇଛି। ଏଥିରେ ଇମ୍ରାନ ଖାନଙ୍କ ସମର୍ଥକଙ୍କ ଉପରେ ଦୃଢ ଆକ୍ସନର ଆକଳନ ଦୃଢ ହୋଇ ଯାଇଛି। କୁହାଯାଉଛି ଯେ , ଇମ୍ରାନ ଖାନଙ୍କୁ ଜେଲ୍ ପଠାଇବା ଓ ରାଜନୀତିକ ରୂପେ ଦୁର୍ବଳ କରିବାର ପୁରସ୍କାର ହିଁ ଆସିମ ମୁନିରଙ୍କୁ ମିଳିଛି।