ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଭାରତରେ ନିଷିଦ୍ଧ ହେଲା ଚୀନ୍ ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ର ‘X’ ଆକାଉଣ୍ଟ, ଅପରେସନ ସିନ୍ଦୂରକୁ ନେଇ ଦେଇଥିଲା ଭୁଲ୍ ଖବର…

Published By : Prameya | May 14, 2025 12:22 PM

ନୂଆଦିଲ୍ଲୀ: ଭାରତରେ ନିଷିଦ୍ଧ ହେଲା ଚୀନର ମୁଖପତ୍ର 'ଗ୍ଲୋବାଲ ଟାଇମ୍ସ'ର 'X' ଆକାଉଣ୍ଟ। ସୂଚନାଥାଉକି,ଯେ ଗ୍ଲୋବାଲ ଟାଇମ୍ସ ଏକ ଚୀନ୍ ସରକାରୀ ଗଣମାଧ୍ୟମ,ଯିଏକି ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରୁଥିବା ନେଇ ସାଧାରଣତଃ ଜଣାଯାଇଥାଏ । ଅପରେସନ ସିନ୍ଦୂର ବିଷୟରେ ଭୁଲ ସୂଚନା ଦେବାକୁ ନେଇ ଭାରତ ଚୀନର ଗ୍ଲୋବାଲ ଟାଇମ୍ସକୁ ସମାଲୋଚନା କରିଥିଲା। ଏହା ପରେ ଗ୍ଲୋବାଲ ଟାଇମ୍ସକୁ ନିଷିଦ୍ଧ କରାଯାଇଛି । 

ଭାରତ ଚୀନ୍ ଗଣମାଧ୍ୟମର କଡ଼ା ସମାଲୋଚନା କରିଥିଲା ଏବଂ ଭୁଲ ସୂଚନା ପ୍ରସାର କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଏବଂ ସୂତ୍ର ଯାଞ୍ଚ କରିବାକୁ କହିଥିଲା। ଗ୍ଲୋବାଲ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିବା ପରେ ଏହି ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏହି ରିପୋର୍ଟରେ ଦାବି କରାଯାଇଥିଲା ଯେ, ପାକିସ୍ତାନ ବାୟୁସେନା ରାତିସାରା ପାକିସ୍ତାନର ଅନେକ ଲକ୍ଷ୍ୟସ୍ଥଳ ଉପରେ ଭାରତୀୟ ବିମାନ ଆକ୍ରମଣର ଜବାବ ଦେଇଛି ।"ଆଉ ଏକ ଭାରତୀୟ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି । ପାକିସ୍ତାନୀ ସେନାର ଏକ ଅଜ୍ଞାତ ସୂତ୍ର କୁ ଉଦ୍ଧୃତ କରି ଏହି ରିପୋର୍ଟ କରିଥିଲା ଚୀନ୍ ଗଣମାଧ୍ୟମ । 

ତେବେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି, ବେଜିଂରେ ଥିବା ଭାରତୀୟ ଦୂତାବାସର ସରକାରୀ ହ୍ୟାଣ୍ଡେଲ ଟ୍ୱିଟରରେ ପୋଷ୍ଟର ଏକ ସିରିଜରେ କହିଛି, "ପ୍ରିୟ @globaltimesnews, ଆମେ ଆପଣଙ୍କୁ ପରାମର୍ଶ ଦେବୁ ଯେ ଆପଣ ଏପରି ଭୁଲ ସୂଚନା ଫରୱାର୍ଡ କରିବା ପୂର୍ବରୁ ଆପଣଙ୍କର ତଥ୍ୟ ଯାଞ୍ଚ କରନ୍ତୁ ଏବଂ ଆପଣଙ୍କର ଉତ୍ସ ଯାଞ୍ଚ କରନ୍ତୁ।"

ଅନ୍ୟ ଏକ ପୋଷ୍ଟରେ ଲେଖାଯାଇଛି, "ଅନେକ ପାକିସ୍ତାନ ସମର୍ଥକ ହ୍ୟାଣ୍ଡେଲ ଅପରେସନ ସିନ୍ଦୂର ସମ୍ପର୍କରେ ଭିତ୍ତିହୀନ ଦାବି ପ୍ରଚାର କରୁଛନ୍ତି, ଜନସାଧାରଣଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଉତ୍ସ ଯାଞ୍ଚ ନକରି ଏପରି ସୂଚନା ସେୟାର କରନ୍ତି, ଏହା ଦାୟିତ୍ୱ ଏବଂ ସାମ୍ବାଦିକତା ନୀତିରେ ଏକ ଗୁରୁତର ତ୍ରୁଟିକୁ ପ୍ରତିଫଳିତ କରେ।"

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.