ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଗ୍ରୀସ୍‌ରେ ଭୟଙ୍କର ଭୂକମ୍ପ : ରିକ୍ଟର ସ୍ଲେଲରେ ତୀବ୍ରତା ୬.୨ ରେକର୍ଡ, ଜାରି ହେଲା ସୁନାମୀ ଚେତାବନୀ

Published By : prameya | May 14, 2025 2:38 PM

ନୂଆଦିଲ୍ଲୀ,୧୪।୫: ବୁଧବାର ସକାଳେ ଗ୍ରୀସରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଗ୍ରୀସ୍‌ର କ୍ରେଟ୍ ଦ୍ୱୀପ ନିକଟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଝଟକା  ଇଜିପ୍ଟରୁ ଇସ୍ରାଏଲ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଜର୍ମାନ ରିସର୍ଚ୍ଚ ସେଣ୍ଟର ପର ଜିଓସାଇନ୍ସେଜ୍ ର ସୂଚନା ଅନୁସାରେ, ଗ୍ରୀସ୍‌ର କେତ୍ରେ ଦ୍ବୀପରେ ୬.୩ ତୀବ୍ରତାରେ ଭୂକମ୍ପ ଆସିଥିଲା। ଭୂକମ୍ପ ୮୩ କିଲୋମିଟର(୫୧.୫୭ ମାଇଲ୍) ଗଭୀରତାର ଥିଲା। ଏପର୍ଯ୍ୟନ୍ତ ଯଦିଓ ବଡ଼ କ୍ଷୟକ୍ଷତି ନେଇ ସୂଚନା ମିଳିନି, ତେବେ ଆଗକୁ ସୁନାମୀ ବିପଦ ରହିଛି। 

ଗ୍ରୀସ୍ ଜରୁରୀକାଳୀନ ସେବା କ୍ରେଟ୍ ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଲୋକମାନଙ୍କୁ ଉପକୂଳରୁ ଦୂରେଇ ଯିବାକୁ ସତର୍କ କରାଇ ଦେଇଛି। ଜଳବାୟୁ ସଙ୍କଟ ଏବଂ ନାଗରିକ ସୁରକ୍ଷା ମନ୍ତ୍ରଣାଳୟ ଏହାର ୧୧୨ ଗ୍ରୀସ୍ ଆକାଉଣ୍ଟରେ ପୋଷ୍ଟ କରିଛି,‘କାସୋସ୍‌ର ଠାରୁ ୪୮ କିଲୋମିଟର (ଦକ୍ଷିଣପୂର୍ବ) ଦୂରରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆପଣଙ୍କ ଅଞ୍ଚଳରେ ସୁନାମିର ସମ୍ଭାବନା ଅଛି। ତୁରନ୍ତ ଉପକୂଳରୁ ଦୂରେଇ ଯାଆନ୍ତୁ।’

ଗ୍ରୀସରେ ଆସିଥିବା ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ଇଜିପ୍ଟ ଏବଂ ଇସ୍ରାଏଲରେ ମଧ୍ୟ ଅନୁଭୂତ ହୋଇଥିଲା। ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧.୫୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପଟି କାଇରୋ,  ଇଜିପ୍ଟ ସହିତ ଇସ୍ରାଏଲ, ଲେବାନନ, ତୁର୍କୀଏ ଏବଂ ଜୋର୍ଡାନରେ ଅନୁଭୂତ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.