ପ୍ରମୂଖ ଖବର
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଗ୍ରୀସର କ୍ରୀଟ୍ ଦ୍ୱୀପରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ

Published By : prameya | May 14, 2025 8:53 AM

ନୂଆଦିଲ୍ଲୀ,୧୪/୦୫:ଗ୍ରୀସର କ୍ରୀଟ୍ ଦ୍ୱୀପରେ ଭୂକମ୍ପ ଝଟକା।ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୬.୩ ରେକର୍ଡ କରାଯାଇଛି।  ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ମିଶରରୁ ଇସ୍ରାଏଲ ପର୍ଯ୍ୟନ୍ତ ପୃଥିବୀ ଥରି ଉଠିଲା। ସ୍ଥାନୀୟ ସମୟ ଭୋର ସମୟରେ ଏହି ଭୂମିକମ୍ପ ହୋଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ଦେଖିବାକୁ ମିଳିଥିଲା। 

ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ  ଅନୁଯାୟୀ, ପୂର୍ବ ଭୂମଧ୍ୟସାଗରରେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ଥିଲା ୧୪ କିଲୋମିଟର। ଭୂମିକମ୍ପଟି ୮୩ କିଲୋମିଟର ଗଭୀରତାରେ ଘଟିଥିଲା।ନିଶ୍ଚିତ ଭାବରେ ଭୂମିକମ୍ପର ଝଟକା ଶକ୍ତିଶାଳୀ ଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ। କୁହାଯାଉଛି ଯେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାର ଦଳ ଭୂମିକମ୍ପ ସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ। ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି। ତେବେ ଗ୍ରୀସ୍ ପୂର୍ବରୁ, ମେକ୍ସିକୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା। ଭୂମିକମ୍ପର ତୀବ୍ରତା ଅଧିକ ଥିଲା କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ।ପ୍ରକାଶ ଥାଉକି, ମେକ୍ସିକୋରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ଆସିନାହିଁ। ମିଆଁମାରରେ ହୋଇଥିବା ଭୂମିକମ୍ପ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା। ଏପରି ପରିସ୍ଥିତିରେ, ଏବେ ଯେତେବେଳେ ଭୂମିକମ୍ପ ଯୋଗୁଁ ପୃଥିବୀ ଥରି ଉଠୁଛି, ଲୋକଙ୍କ ମନରେ ସମାନ ଦୃଶ୍ୟ ଆସେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.