ପ୍ରମୂଖ ଖବର
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ପୁଣି ହାତ ପାତିବ ପାକିସ୍ତାନ, ୩ ଦିନ ଯୁଦ୍ଧରେ ୩୩ ହଜାର କୋଟି କ୍ଷତି

Published By : Prameya | May 13, 2025 9:07 AM

ନୂଆଦିଲ୍ଲୀ ୧୩/୦୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି । ୩ ଦିନରୁ ସାମାନ୍ୟ ଅଧିକ ଚାଲିଥିବା ଏହି ଯୁଦ୍ଧରେ ପାକିସ୍ତାନକୁ ୪ ବିଲିୟନ ଡଲାର(୩୩,୪୦୦ କୋଟି)ର କ୍ଷତି ସହିବାକୁ ପଡ଼ିଛି । ଏହି ରାଶି ଆଇଏମ୍‌ଏମ୍‌ ଠାରୁ ନିକଟରେ ମିଳିଥିବା ୨.୪ ବିଲିୟନ ଡଲାରର ଋଣ ଠାରୁ ଅଧିକ ରହିଛି । ଏଭଳି ସ୍ଥିତିରେ ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କିମ୍ବା ବିଶ୍ୱର ଅନ୍ୟ ପ୍ରମୁଖ ଏଜେନ୍ସିଙ୍କ ସାମ୍ନାରେ ଅର୍ଥ ଲାଗି ହାତ ପାତିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି । 

ଗତ ମାସରେ ପହଲ୍‌ଗାମରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା । ଭାରତ ଅପରେସନ ସିନ୍ଦୂର ଦ୍ୱାରା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କି ଠିକଣା ଉପରେ ଟାର୍ଗେଟ କରିଥିଲା । ପାକିସ୍ତାନ ଏଥିରେ ଉତକ୍ଷୀପ୍ତ ହୋଇ ଭାରତୀୟ ସେନା ଏବଂ ସୀମାରେ ଲାଗିଥିବା ଗ୍ରାମ ଗୁଡ଼ିକର ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଥିଲା । ପାକିସ୍ତାନର ଏହି ଆକ୍ରମଣକୁ ଦୃଢ଼ ଜବାବ ଦେଇଥିଲା । ଭାରତର ଏୟାର ଡିଫେନ୍ସ ସିଷ୍ଟମ ଗୁଡ଼ିକ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିଥିଲେ । 

ଆମେରିକା ଆନାଲିଷ୍ଟ ସହର ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହି ସଂଘର୍ଷରେ ପାକିସ୍ତାନକୁ ପ୍ରାୟ ୪ ବିଲିୟନ ଡଲାରର କ୍ଷତି ହୋଇଥିବା ସେ କହିଛନ୍ତି । ମିଲିଟାରି ଅପରେସନରେ ପାକିସ୍ତାନ ପ୍ରତିଦିନ ୨୫ ନିୟୁତ ଡଲାର ଖର୍ଚ୍ଚ କରିଛି । ସେହିଭଳି ଡ୍ରୋନ ଏବଂ ମିଶାଇଲ ଅପରେସନ ଲାଗି ୩୦୦ ନିୟୁତ ଡଲାର, ଶେୟାର ବଜାରରେ ହ୍ରାସ ଯୋଗୁ ୨.୫ ବିଲିୟନ ଡଲାର, ପିଏସ୍‌ଏଲ୍‌ ନିଲମ୍ବନ ଯୋଗୁ ୧୦ ନିୟୁତ ଡଲାର ଏବଂ ଏୟାରସ୍ପେଶ ବନ୍ଦ ହେବା ଯୋଗୁ ୨୦ ନିୟୁତ ଡଲାର କ୍ଷତି ସହିଛି ।

ପାକିସ୍ତାନର ସ୍ଥିତି ଏବେ ଖରାପ ରହିଛି । ମୁଡିସ ରିପୋର୍ଟ ମୁତାବକ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦୁର୍ବଳ । ପାକିସ୍ତାନ ନିକଟରେ ୧୫ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ଭାରତ ନିକଟରେ ୬୮୮ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ୧୯୪୮ ପରଠୁ ପାକିସ୍ତାନ ଆମେରିକା ଠାରୁ ୪୦ ବିଲିୟନ ଡଲାରର ସହାୟତା ପାଇଛି । ସେହିଭଳି କାନାଡା, ବ୍ରିଟେନ, ୟୁରୋପ ଭଳି ଦେଶ ଗୁଡ଼ିକରୁ ପାକିସ୍ତାନ ୫୫ ବିଲିୟନ ଡଲାରର ସହାୟତା ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.