ନୂଆଦିଲ୍ଲୀ ୧୨/୦୫: ଆଫଗାନିସ୍ତାନରେ ତାଲିବାନ ସରକାର ଚେସ୍ ଖେଳକୁ ବ୍ୟାନ୍ କରିଛନ୍ତି। ଏଠାରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଚେସ୍ ଖେଳକୁ ନିଷିଦ୍ଧ କରାଯାଇଛି। ତାଲିବାନ ଭୟ କରୁଛି ଯେ ଏହି ଖେଳ ଜୁଆ ଖେଳର ଏକ ମାଧ୍ୟମ ପାଲଟିଛି। ଯେଉଁଥି ପାଇଁ ପ୍ରଥମେ ଏହାର ତଦନ୍ତ କରାଯିବ ଯେ ଇସଲାମିକ ଆଇନ ଅନୁସାରେ ଏହାକୁ ଖେଳିବା ଠିକ୍ କି ନାହିଁ, ସେହି ଆଧାରରେ ଏହାକୁ ସବୁଦିନ ପାଇଁ ନିଷିଦ୍ଧ କରାଯିବ ନଚେତ୍ ନିଷେଧ ପ୍ରତ୍ୟାହାର କରାଯିବ।
କ୍ରୀଡ଼ା ନିର୍ଦ୍ଦେଶାଳୟର ମୁଖପାତ୍ର ଅଟଳ ମାଶୱାନୀ କହିଛନ୍ତି ଶରିଆ (ଇସଲାମିକ ଆଇନ)ରେ ଚେସକୁ ଜୁଆର ଏକ ପ୍ରକାର ଭାବରେ ବିବେଚନା କରାଯାଏ। ଯାହା ଗତ ବର୍ଷ ପ୍ରଣୟନ ହୋଇଥିବା ଏକ ଆଇନ ଅନୁଯାୟୀ ଏହାକୁ ନିଷିଦ୍ଧ କରାଯାଇଛି। ସେ କହିଛନ୍ତି, "ଚେସ୍ ଖେଳ ସମ୍ପର୍କରେ ଧାର୍ମିକ ମତାମତ ଅଛି... ଯେପର୍ଯ୍ୟନ୍ତ ଏହି ମତାମତଗୁଡ଼ିକୁ ସମାଧାନ କରାଯାଇନାହିଁ, ସେପର୍ଯ୍ୟନ୍ତ ଆଫଗାନିସ୍ତାନରେ ଚେସ୍ ଖେଳକୁ ନିଷିଦ୍ଧ କରାଯାଇଛି। ତେବେ ଆଫଗାନିସ୍ତାନରେ ଏହା ପ୍ରଥମ ଖେଳ ନୁହେଁ ଯାହାକୁ ତାଲିବାନ ନିଷିଦ୍ଧ କରିଛି। ଗତ ବର୍ଷ, ତାଲିବାନ ବୃତ୍ତିଗତ ପ୍ରତିଯୋଗିତାରେ ମିଶ୍ରିତ ମାର୍ଶାଲ ଆର୍ଟ (MMA) ଭଳି ଫ୍ରିଷ୍ଟାଇଲ୍ ଫାଇଟ୍କୁ ନିଷିଦ୍ଧ କରିଥିଲା।