ପ୍ରମୂଖ ଖବର
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚାହୁଁନାହାନ୍ତି ଟ୍ରମ୍ପ ! କିଭ୍‌କୁ ଯୁଦ୍ଧାସ୍ତ୍ର ଯୋଗାଣ ଲାଗି ଦେଲେ ଅନୁମତି

Published By : Tapas Panda | May 11, 2025 5:34 PM

Image Courtesy: wikipedia

ନୂଆଦିଲ୍ଲୀ: ପୂର୍ଣ୍ଣ ଏବଂ ନିଃସର୍ତ୍ତ ଯୁଦ୍ଧବିରତି ଲାଗି ୟୁକ୍ରେନ୍‌ ରାଜି ହୋଇଥିବା ବେଳେ ଋଷର ସହମତି ଉପରେ ସମଗ୍ର ବିଶ୍ବର ନଜର ରହିଛି । ଯଦି ଋଷ ଏଥିଲାଗି ରାଜି ହୋଇଯାଏ ତେବେ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ହୋଇଯିବ । କିନ୍ତୁ ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଆଁରେ ଘିଅ ଢ଼ାଳିବାକୁ ଚେଷ୍ଟା କରିଥିବା କୁହାଯାଉଛି । ଗୋଟିଏ ପଟେ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ଅନ୍ୟପଟେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଦଗରେ ବାଧା ସୃଷ୍ଟି କରିଛି । 

 ନ୍ୟୁୟର୍କ ଟାଇମ୍ସ ଶୁକ୍ରବାର ଜଣେ ଆମେରିକୀୟ ଅଧିକାରୀଙ୍କ ବୟାନକୁ ନେଇ ରିପୋର୍ଟ କରିଛି ଯେ, ଆମେରିକା ଜର୍ମାନ ଷ୍ଟକପାଇଲରୁ ୟୁକ୍ରେନକୁ ୧୦୦ଟି ପାଟ୍ରିୟଟ୍ ଏୟାର-ଡିଫେନ୍ସ ମିସାଇଲ୍ ଏବଂ ୧୨୫ଟି ଦୂରଗାମୀ ରକେଟ୍ ଯୋଗାଣକୁ ଅନୁମୋଦନ କରିଛି । ଆମେରିକାର ଏହି ପଦକ୍ଷେପ ପରେ, ଶାନ୍ତି ଆଲୋଚନା ପୁଣି ଥରେ ବାଧା ପାଇପାରେ। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଦୀର୍ଘ ଦିନ ଧରି ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ପାଟ୍ରିଅଟ୍ ସିଷ୍ଟମ ଦାବି କରିଆସୁଛନ୍ତି । 

 ସେ କହିଥିଲେ ଯେ, କିଭ୍ ଆମେରିକୀୟ ଅସ୍ତ୍ରଶସ୍ତ୍ର ପାଇଁ ୩୦-୫୦ ବିଲିୟନ ଡଲାର ଖର୍ଚ୍ଚ କରିବାକୁ କିମ୍ବା ଉତ୍ପାଦନ ଲାଇସେନ୍ସ ପାଇବାକୁ ଇଚ୍ଛୁକ । ପାଟ୍ରିୟଟ୍‌ ମିସାଇଲ ସିଷ୍ଟମର ପ୍ରତ୍ୟେକ ୟୁନିଟ୍‌ର ମୂଲ୍ୟ ୧ ବିଲିୟନ ଡଲାରରୁ ଅଧିକ ଏବଂ ଏହାକୁ ପରିଚାଳନା କରିବା ପାଇଁ ପ୍ରାୟ ୯୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଜାନୁଆରୀରେ ହ୍ୱାଇଟ୍ ହାଉସକୁ ଫେରିବା ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ପାଇଁ ନୂତନ ସାମରିକ ସହାୟତା ମଞ୍ଜୁର କରିନାହାଁନ୍ତି । କିନ୍ତୁ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ବନ୍ଦ ନେଇ ଆଲୋଚନା ହେବାକୁ ଯାଉଥିବା ବେଳେ ଟ୍ରମ୍ପ ଏହି ମଞ୍ଜୁରି ଦେଇଛନ୍ତି ।

 ରିପୋର୍ଟ ଅନୁସାରେ, ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ବ କାଳରେ ୟୁକ୍ରେନ ପାଇଥିବା ଅସ୍ତ୍ରଶସ୍ତ୍ର ପ୍ରାୟ ଶେଷ ହୋଇଗଲାଣି। ଟ୍ରମ୍ପ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାକୁ ଆଗ୍ରହ ଦେଖାଇ ନଥିଲେ । କିନ୍ତୁ ୟୁରୋପୀୟ ସହଯୋଗୀ ୟୁକ୍ରେନକୁ ସାହାଯ୍ୟ କରିଥିଲେ । ଯୁଦ୍ଧ ବନ୍ଦ ନେଇ ଏକ ବାଟ ଫିଟୁତିବା ବେଳେ ଟ୍ରମ୍ପ ୟୁକ୍ରେନକୁ ୧୦୦ଟି ପାଟ୍ରିୟଟ୍ ବାୟୁ-ପ୍ରତିରକ୍ଷା କ୍ଷେପଣାସ୍ତ୍ର ଏବଂ ୧୨୫ଟି ଦୂରଗାମୀ ରକେଟ୍ ଯୋଗାଣକୁ ଅନୁମୋଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.