ଢାକା : ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ଦିନରୁ ଚାଲିଥିବା ଉତ୍ତେଜନାରେ ହ୍ରାସ ଘଟିଛି। ଉଭୟ ଦେଶ ଯୁଦ୍ଧ ବିରାମ ପାଇଁ ସହମତି ପ୍ରକାଶ କରିଛନ୍ତି , କିନ୍ତୁ ଏହା ପରେ ବି ପାକିସ୍ତାନ ଶନିବାର ରାତିରେ ଭାରତର ଅନେକ ସହର ଉପରେ ଡ୍ରୋନ୍ ହମଲା କରିଛି, ଏହାକୁ ଏୟାର ଡିଫେନ୍ସ ସିଷ୍ଟମ ନିଷ୍ଫଳ କରି ଦେଇଛି। ହେଲେ, ଏହାପର ଠାରୁ ଏଲଓସି ଓ ବର୍ଡରରେ ଶାନ୍ତି ଜାରି ରହିଛି। ଭାରତ-ପାକ୍ରେ ସିଜଫାୟାରକୁ ବାଂଲାଦେଶ ସ୍ୱାଗତ କରିଛି। ଏହାସହ ସେ ଭାରତ ଓ ପାକିସ୍ତାନର ନେତୃତ୍ୱ ଓ କଥିତ ମଧ୍ୟସ୍ଥତା ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା କରିଛନ୍ତି।
ୟୁନୁସ୍ ଏକ୍ସରେ ଲେଖିଛନ୍ତି, ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ତତ୍କାଳ ପ୍ରଭାବରେ ଯୁଦ୍ଧ ବିରାମ ଉପରେ ସହମତ ହେବା ଓ କଥାବାର୍ତ୍ତାରେ ସାମିଲ ହେବା ପାଇଁ ସଚ୍ଚୋଟତାର ସହ ପ୍ରଶଂସା କରୁଛି। ମୁଁ ରାଷ୍ଟ୍ରପତି ଟ୍ରମ୍ପ ଓ ବିଦେଶ ମନ୍ତ୍ରୀ ରୁବିଓଙ୍କର ପ୍ରଭାବଶାଳୀ ମଧ୍ୟସ୍ଥତା ପାଇଁ ମଧ୍ୟ ତାଙ୍କର ଖୁବ୍ ପ୍ରଶଂସା କରିବାକୁ ଚାହିଁବି। ବାଂଲାଦେଶ କୂଟନୀତି ମାଧ୍ୟମରେ ମତଭେଦକୁ ସମାଧାନ କରିବା ପାଇଁ ଆମର ଦୁଇ ପଡୋଶୀଙ୍କୁ ସମର୍ଥନ କରିବା ଜାରି ରଖିବ।
ଯୁଦ୍ଧ ବିରାମର ଘୋଷଣା ସର୍ବ ପ୍ରଥମେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ। ସେ ଟ୍ରୁଥ୍ ସୋସିଆଲରେ ଲେଖିଥିଲେ , ଆମେରିକାର ମଧ୍ୟସ୍ଥତାରେ ଏକ ଦୀର୍ଘ ରାତିର ଆଲୋଚନା ପରେ , ମୋତେ ଏହା ଘୋଷଣା କରି ଖୁସି ଲାଗୁଛି କି, ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଓ ତତ୍କାଳ ଯୁଦ୍ଧ ବିରତି ଉପରେ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶକୁ କମନସେନ୍ସ ଓ ଉତ୍ତମ ବୁଦ୍ଧିମତାର ବ୍ୟବହାର କରିବା ନେଇ ଶୁଭେଚ୍ଛା । ଟ୍ରମ୍ପ ଏହି କଥା ଉପରେ ଜୋର ଦେଇଛନ୍ତି କି ଯୁଦ୍ଧବିରାମକୁ ସୁରକ୍ଷିତ କରିବାରେ ଆମେରିକାର ମଧ୍ୟସ୍ଥତା ମହତ୍ତ୍ୱପୂର୍ଣ୍ଣ ଥିଲା।