ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଅଫଗାନିସ୍ତାନରେ ଚେସ୍ ଖେଳ ବ୍ୟାନ୍,ତାଲିବାନ ସରକାର କହିଲା- ଶରିୟତ ଅନୁସାରେ ଜୁଆର ଏକ ମାଧ୍ୟମ...

Published By : Prameya | May 12, 2025 6:21 PM

ନୂଆଦିଲ୍ଲୀ,୧୨।୫: ତାଲିବାନ ଶାସନ ଥିବ କିନ୍ତୁ ଅଦ୍ଭୁତ ଫରନାମା ଆସିବନି। ଏଭଳି କିପରି ହୋଇପାରିବ ? ନୂଆ ଖବର ଅନୁସାରେ, ଆଫଗାନିସ୍ତାନର ତାଲିବାନ ସରକାର ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଚେସ୍ ଖେଳକୁ ନିଷିଦ୍ଧ କରିଦେଇଛନ୍ତି। ତାଲିବାନ ଭୟ କରୁଛି ଯେ ଏହି ଖେଳ ଜୁଆ ଖେଳର ଏକ ମାଧ୍ୟମ ପାଲଟିଛି। ବିବିସି ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଚେସ୍‌ ଖେଳକୁ ତାଲିବାନ ଅନିର୍ଦ୍ଦିଷ୍ଟ କାଳ ପାଇଁ  ବ୍ୟାନ୍ କରିଛି। ପ୍ରଥମେ ଏହା ତଦନ୍ତ କରାଯିବ ଯେ ଇସଲାମିକ ଆଇନ ଅନୁସାରେ ଏହାକୁ ଖେଳିବା ଠିକ୍ କି ନାହିଁ, ସେହି ଆଧାରରେ ଏହାକୁ ସବୁଦିନ ପାଇଁ ନିଷିଦ୍ଧ କରାଯିବ କିମ୍ବା ନିଷେଧ ପ୍ରତ୍ୟାହାର କରାଯିବ।

ଏହା ଆଫଗାନିସ୍ତାନରେ ପ୍ରଥମ ଖେଳ ନୁହେଁ ଯାହାକୁ ତାଲିବାନ ବ୍ୟାନ୍ କରିଛି। ସେଠାକାର ମହିଳାମାନଙ୍କର ଅବସ୍ଥା ସବୁଠାରୁ ଖରାପ। ସେମାନଙ୍କୁ କୌଣସି ପ୍ରକାରର ଖେଳରେ ଅଂଶଗ୍ରହଣ କରିବାର ଅନୁମତି ନାହିଁ, ପ୍ରତ୍ୟେକ ଖେଳ ସେମାନଙ୍କ ପାଇଁ ବ୍ୟାନ୍।ତାଲିବାନ ସରକାର ୨୦୨୧ ରେ କ୍ଷମତା ହାସଲ କରିବା ପରଠାରୁ ଲଗାତାର ଏପରି ଆଇନ ଏବଂ ନିୟମ ଲାଗୁ କରିଛି । ଯାହାକି ଇସଲାମିକ ଆଇନ ପ୍ରତି ଏହାର ଚରମପନ୍ଥି ଆଭିମୁଖ୍ୟକୁ ଦର୍ଶାଉଛି। ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, କ୍ରୀଡ଼ା ନିର୍ଦ୍ଦେଶାଳୟର ମୁଖପାତ୍ର ଅଟଳ ମାଶୱାନୀ କହିଛନ୍ତି, ଶରିଆ (ଇସଲାମିକ ଆଇନ)ରେ ଚେସକୁ ଜୁଆର ଏକ ପ୍ରକାର ଭାବରେ ବିବେଚନା କରାଯାଏ। ଯାହା ଗତ ବର୍ଷ ପ୍ରଣୟନ ହୋଇଥିବା ଏକ ଆଇନ ଅନୁଯାୟୀ ନିଷିଦ୍ଧ ହୋଇଛି।

ସେ କହିଛନ୍ତି, ‘ଚେସ୍ ଖେଳ ସମ୍ପର୍କରେ ଧାର୍ମିକ ବିଚାର ଅଛି। ଯେପର୍ଯ୍ୟନ୍ତ ଏହି ବିଚାର ଗୁଡିକର ସମାଧାନ କରାଯାଇନାହିଁ, ସେପର୍ଯ୍ୟନ୍ତ ଆଫଗାନିସ୍ତାନରେ ଚେସ୍ ଖେଳକୁ ନିଷିଦ୍ଧ କରାଯାଇଛି। ଆଫଗାନିସ୍ତାନର ଜାତୀୟ ଚେସ୍ ଫେଡେରେସନ୍ ପ୍ରାୟ ଦୁଇ ବର୍ଷ ଧରି କୌଣସି ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିନାହିଁ।’ ଉଲ୍ଲେଖନୀୟ ଯେ,  ଗତ ବର୍ଷ, ତାଲିବାନ ବୃତ୍ତିଗତ ପ୍ରତିଯୋଗିତାରେ ମିକ୍ସଡ ମାର୍ଶାଲ ଆର୍ଟ (MMA) ଭଳି ଫ୍ରିଷ୍ଟାଇଲ୍ ଫାଇଟ୍‌କୁ ବ୍ୟାନ୍ କରିଥିଲା। କହିଥିଲା ଯେ ଏହା ଅତ୍ୟଧିକ ‘ହିଂସାତ୍ମକ’ ଏବଂ ‘ଶରିଅତ’ ଅନୁସାରେ ଚିନ୍ତାଜନକ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.