ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ତୁର୍କୀରେ ଗୋଟିଏ ଟେବଲରେ ବସିବେ ପୁଟିନ୍, ଜେଲେନସ୍କି ଓ ଟ୍ରମ୍ପ ? ଋଷ-ୟୁକ୍ରେନ୍ ମଧ୍ୟରେ ହୋଇପାରେ ଅସ୍ତ୍ରବିରତି

Published By : Prameya | May 13, 2025 3:21 PM

ନୂଆଦିଲ୍ଲୀ,୧୩।୫: ଋଷ ଓ ୟୁକ୍ରେନ୍ ଭିତରେ ଅସ୍ତ୍ରବିରତି ନେଇ ବଢିଲା ଆଶା । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ପରସ୍ପରକୁ ଭେଟିବା ନେଇ ପ୍ରକାଶ କରିଛନ୍ତି ସହମତି । ଦୁଇ ନେତା ୧୫ ମଇରେ ତୁର୍କୀରେ ସ୍ପରସ୍ପର ସହ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବିବାଦର ସମାଧାନ ପାଇଁ ହୋଇଛନ୍ତି ମଧ୍ୟସ୍ଥି।  

ଖୁବ୍ ଶୀଘ୍ର ଋଷ ଓ ୟୁକ୍ରେନ୍ ମଧ୍ୟରେ ହୋଇପାରେ ଅସ୍ତ୍ରବିରତି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ତୁର୍କୀରେ ଗୁରୁବାର ହେବାକୁ ଯାଉଛି ବୈଠକ। ଏଥିରେ ପୁଟିନ୍, ଜେଲେନସ୍କି ଓ ଟ୍ରମ୍ପ ତିନି ନେତା ସାମିଲ ହୋଇପାରନ୍ତି। ଟ୍ରମ୍ପ ଦୁହିଁଙ୍କୁ ବିବାଦର ସମାଧାନ ପାଇଁ ଲଗାତାର ଚାପ ପକାଇଥିଲେ। ରବିବାର ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ ୟୁକ୍ରେନ୍ ଆଗରେ ଶାନ୍ତି ବାର୍ତ୍ତାର  ପ୍ରସ୍ତାବ ଦେଇଥିଲେ, ଯାହାକୁ ଜେଲେନସ୍କି ସ୍ବାଗତ କରିଥିଲେ। ଏହା ଅନୁସାରେ, ୧୫ ମଇରେ ତୁର୍କୀର ଇସ୍ତାନବୁଲ ସହରରେ ପ୍ରତ୍ୟକ୍ଷ ଶାନ୍ତି ବାର୍ତ୍ତା ହେବ।  ତେବେ ଜେଲେନସ୍କି ନିଜର ଜିଦ୍‌ରେ ମଧ୍ୟ ଅଟଳ ଅଛନ୍ତି। ସେ କହିଛନ୍ତି ଆଲୋଚନା ପୂର୍ବରୁ ସୋମବାରଠାରୁ ୩୦ ଦିବସୀୟ ଅସ୍ତ୍ରବିରତିକୁ ବିନା ସର୍ତ୍ତରେ ଋଷ ସ୍ବୀକାର କରୁ। ଏହି ବାର୍ତ୍ତାର ଉଦେଶ୍ୟ ସଂଘର୍ଷକୁ ମୂଳରୁ ଶେଷ କରିବା ହେଉ। ଗତ ୩ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଜାରି ରହିଛି ଲଢେଇ। ଏଥିରେ ୧୦ ହଜାରରୁ ଅଧିକ ୟୁକ୍ରେନ୍ ନାଗରିକ ନିହତ ହୋଇଛନ୍ତି। ଋଷ ସେନା ୟୁକ୍ରେନ୍‌ର ପାୟ ୨୦% ସ୍ଥାନକୁ ଦଖଲ କରିସାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.