ନୂଆଦିଲ୍ଲୀ,୧୩।୫: ଅସ୍ତ୍ରବିରତି ପରେ ବି ଭାରତ-ପାକିସ୍ତାନ ଉତ୍ତେଜନା କମିନି। ଏହା ଭିତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକଡାର ଭାରତକୁ ଦେଇଛନ୍ତି ଧମକ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ନେଇ ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ବିନା ପାଣିରେ ଅସ୍ତ୍ରବିରତି ଚାଲିବନି। ଏହି ପ୍ରସଙ୍ଗର ସମାଧାନ ନହେଲେ ବିପଦରେ ପଡିବାରେ ଅସ୍ତ୍ରବିରତି। ଭାରତ-ପାକିସ୍ତାନ ଭିତରେ ହେବାକୁ ଥିବା ଆଗାମୀ ବୈଠକରେ ଏହା ଉପରେ ଆଲୋଚନା ହେବ। ଯଦି ସମାଧାନ ନହୁଏ ତେବେ ଏହାକୁ ଯୁଦ୍ଧ ଭଳି କାର୍ଯ୍ୟ ବୋଲି ମନେକରାଯିବ।
ସିଦ୍ଧୁ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି। କାରଣ ପାକିସ୍ତାନରେ ଯଞ୍ଜାବରୁ ନେଇ ସିନ୍ଧୁ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଜଳ ଦ୍ବାରା ଚାଷ ଜମିର ସିଞ୍ଚନ ଓ ପେୟଜଳ ପାଇଁ ବ୍ୟବହାର ହୋଇଥାଏ। ଏବେ ଯେଉଁଭଳି ଭାରତ ସରକାର ପନାବିଜୁଳି ପ୍ରୋଜେକ୍ଟ ଉପରେ ଡ୍ୟାମ୍ ନିମାଣ କରିବାର ଚେଷଟା କରୁଥିଲେ, ତା ଦ୍ବାରା ପାକିସ୍ତାନର ଆଶଙ୍କା ବଢିଯାଇଛି। ପାକିସ୍ତାନକୁ ଲାଗୁଛି ଭାରତ ଯଦି ସିନ୍ଧୁ ଜଳ ମୋଡିବାରେ ସଫଳ ହୁଏ ତେବେ ତାଙ୍କୁ ପିଇବା ପାଣିଠାରୁ ନେହଇ ଫସଲ ନଷ୍ଟ ପର୍ଯ୍ୟନ୍ତ ସଙ୍କଟର ମୁକାବିଲା କରିବାକୁ ହେବ। ତେଣୁ ପାକିସ୍ତାନ ଏବେ ଧମକ ଦେବା ଆରମ୍ଭ କରିଦେଇଛି।'
ଇଶାକ ଡାର କହିଛନ୍ତି, ଆମେ ଭାରତ ବିରୋଧରେ ପରମାଣୁ ହତିଆର ମୁତୟନ କରିବା ବିଷୟରେ ବିଚାର କରିନୁ। ସିଏନ୍ଏନ୍ ସହ ଆଲୋଚନା କରି ଇଶାକ ଡାରଙ୍କ ମୁହଁ ଫୁଟାଣି। କହିଲେ ଆମେ ଭାରତରୁ ଜଳ ଓ ସ୍ଥଳ ଉଭୟ ଦିଗରୁ ମୁକାବିଲା କରିବାର ସକ୍ଷମ। ବହୁବାର ଗମ୍ଭୀର ସ୍ଥିତି ରହିଥାଏ। ଆପଣଙ୍କୁ କିଛି ନିଷ୍ପତ୍ତି ନେବାକୁ ପଡିଥାଏ, କିନ୍ତୁ ଆମେ ପରମାଣୁ ହତିଆର ମୁତୟନ କରିବା ଉପରେ ବିଚାର କରିନଥିଲୁ। ସେ କହିଛନ୍ତି ବହୁବାର ଏଭଳି ଗମ୍ଭୀର ସ୍ଥିତି ରହିଛି। ଆପଣଙ୍କୁ କିଛି ନିଷ୍ପତ୍ତି ନେବାକୁ ପଡିଥାଏ, କିନ୍ତୁ ଆମେ ପରମାଣୁ ହତିଆରକୁ ମୁତୟନ ନକରି ବିବାଦର ସମାଧାନ କରିଛୁ। କେବଳ ସେତିକି ନୁହେଁ , ପାକ୍ ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଆଞ୍ଚଳିକ ଶାନ୍ତି ପାଇଁ ଗୁରୁତ୍ବପୂର୍ଣ୍ଣ। ଯଦି କାଶ୍ମୀର ପ୍ରସଙ୍ଗର ସମାଧାନ ନହୁଏ ତେବେ ସ୍ଥାୟୀ ଶାନ୍ତି କଷ୍ଟକର ହେବ।