ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି ମହମ୍ମଦ ୟୁନୁସ, ପୂର୍ବାଞ୍ଚଳ ରାଜ୍ୟ ଉପରେ ନଜର

Published By : Prameya | May 13, 2025 7:24 PM

ନୂଆଦିଲ୍ଲୀ,୧୩।୫: ପାକିସ୍ତାନ ପରେ ଏବେ  ଭାରତ ଉପରେ ବାଂଲାଦେଶର ଆଖି। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବିଷାକ୍ତ ଓ ମନ୍ଦ ଉଦେଶ୍ୟ ଧରାପଡିଛି। ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକୁ ଅଲଗା କରିବାକୁ ଚାହୁଁଛନ୍ତି। ୟୁନୁସ୍ ଏଥର ପରାମର୍ଶ ଦେଇଛନ୍ତି ଭାରତର ପୂର୍ବାଞ୍ଚଳ ୭ ରାଜ୍ୟ ସ୍ବତନ୍ତ୍ର ଦେଶ ଭଳି, ଯାହାର ଆଞ୍ଚଳିକ ଓ ଏକୀକୃତ ଆର୍ଥିକ ବିକାଶର ରଣନୀତି ତିଆରି କରିହେବ। ସୋମବାର ୟୁନୁସ ନେପାଳ ସଂସଦର ପ୍ରତିନିଧି ସଭାର ଉପାଧ୍ୟକ୍ଷ ଇନ୍ଦିରା ରାଣାଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ କହିଥିଲେ, ବାଂଲାଦେଶ, ନେପାଳ, ଭୁଟାନ ଓ ଭାରତର ୭ ପୂର୍ବାଞ୍ଚଳ ରାଜ୍ୟ ଭିତରେ ଏକୀକୃତ ଆର୍ଥୀକ ରଣନୀତି ତିଆରି କରାଯିବା ଦରକାର।

ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବେ ମହମ୍ମଦ ୟୁନୁସ ପୂର୍ବାଞ୍ଚଳ ରାଜ୍ୟକୁ ‘ଭୂମିରେ ଘେରି ହୋଇଥିବା’ ବା ଲ୍ୟାଣ୍ଡଲକଡ୍ କହିଥିଲେ। ଆଉ ବାଂଲାଦେଶ ଏହି ଅଞ୍ଚଳର ଅବିଭାବକ ବୋଲି କହିଥିଲେ। ଏଥର ୟୁନୁସ ବାଂଲାଦେଶ, ନେପାଳ, ଭୁଟାନ ଓ ଭାରତର ୭ ରାଜ୍ୟ ପାଇଁ ଏକୀକୃତ ଆର୍ଥିକ ଯୋଜନାର ଆହ୍ବାନ କରିଛନ୍ତି। ସେ କହିଛନ୍ତି, ଏହି ଦେଶ ଓ ଭାରତର ପୂର୍ବାଞ୍ଚଳ  ରାଜ୍ୟକୁ ଅଲଗା ରହିବା ଅପେକ୍ଷା ଏକାଠି ରହିଲେ ଅଧିକ ଲାଭ ହେବ।

ଗତ ମାସ ବେଜିଂରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମିଟିଂ ବେଳେ ମହମ୍ମଦ ୟୁନୁସ୍‌ ପୂର୍ବାଞ୍ଚଳ ରାଜ୍ୟ ‘ଭୂମିରେ ଘେରା ହୋଇଛି’ କହି ବିବାଦ ସୃଷ୍ଟି କରିଥିଲେ।  ସେ କହିଥିଲେ ୭ ରାଜ୍ୟର ପାଇଁ ସମୁଦ୍ର ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ କୌଣସି ରାସ୍ତା ନାହିଁ। ଭାରତର ୭ ରାଜ୍ୟ ଭାରତର ପୂର୍ବଭାଗ, ଯାହାଙ୍କୁ ୭ ଭଉଣୀ ବୋଲି ମଧ୍ୟ କୁହାଯାଏ। ସେମା‌ନେ ସ୍ଥଳଭାଗରେ ଭାରତ ଦ୍ବାରା ଘେରି ହୋଇଥିବା ଦେଶ। ତାଙ୍କ ପାଖରେ ସମୁଦ୍ର ମାଧ୍ୟମରେ ପହଁଞ୍ଚିବାର କୌଣସି ରାସ୍ତା ନାହିଁ। ଆମେ ପୁରା ଅଞ୍ଚଳ ପାଇଁ ମହାସାଗରର ଏକମାତ୍ର ସଂରକ୍ଷକ। ତେଣୁ ଏହା ଏକ ବଡ଼ ସମ୍ଭାବନା ଖୋଲୁଛି। ଏଠାରେ ଚୀନ୍ ଅର୍ଥବ୍ୟବସ୍ଥା ବିସ୍ତାର ହୋଇପାରେ। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.