ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୫ର ଫଳାଫଳ ଘୋଷଣା କରିଛି। ଏହି ବର୍ଷ ମୋଟ ୯୩.୬୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଗତ ବର୍ଷର ୯୩.୬୦% ତୁଳନାରେ ୦.୦୬% ଅଧିକ। ଫଳାଫଳ ଅଫିସିଆଲ୍ ୱେବସାଇଟ Bookermarks.nic.in, results.cbse.nic.in, results.digilocker.gov.in ଓ UMANG ଆପ୍ ମାଧ୍ୟମରେ ଉପଲବ୍ଧ ହୋଇଛି।
ଚଳିତ ବର୍ଷ ପାସ୍ ହାର ୯୩.୬୬% ରହିଛି, ଯାହା ଗତ ବର୍ଷ ତୁଳନାରେ ସାମାନ୍ୟ ଅଧିକ ରହିଛି। ଲିଙ୍ଗ ଅନୁଯାୟୀ ପ୍ରଦର୍ଶନ ଉପରେ ଦୃଷ୍ଟି ଦେଲେ ଛାତ୍ରୀମାନେ ୯୫.୦୦% ପାସ୍ ହାର ସହ ଛାତ୍ରମାନଙ୍କ (୯୨.୬୩%) ଠାରୁ ୨.୩୭% ଅଧିକ ସଫଳତା ହାସଲ କରିଛନ୍ତି। ଟ୍ରାନ୍ସଜେଣ୍ଡର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୦୦% ରହିଛି। ଚଳିତ ବର୍ଷ ତ୍ରିବାଣ୍ଡ୍ରମ୍ ଓ ବିଜୟୱାଡା ଅଞ୍ଚଳରେ ପାସ୍ ହାର ୯୯.୩୦% ସହ ଶୀର୍ଷରେ ରହିଛି। ବେଙ୍ଗାଲୁରୁ ୯୮.୯୦% ଓ ଚେନ୍ନାଇ ୯୮.୭୧% ସହ ପରବର୍ତ୍ତୀ ସ୍ଥାନ ଅଧିକାର କରିଛନ୍ତି।
ଚଳିତ ବର୍ଷ ପରିକ୍ଷା ଦେବା ପାଇଁ ମୋଟ୍ ୨୩,୮୫,୦୭୯ ଜଣ ଛାତ୍ରଛାତ୍ରୀ ରେଜିଷ୍ଟର କରିଥିବା ବେଳେ ୨୩,୭୧,୯୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୨,୨୧,୬୩୬ ଜଣ ପରିକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ଚଳିତବର୍ଷ ପ୍ରାୟ ୪୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ୯୫% ରୁ ଅଧିକ ସ୍କୋର କରିଛନ୍ତି।
ରେଜଲ୍ଟ ଚେକ୍ କରିବାର ପ୍ରକ୍ରିୟା:
ଅଫିସିଆଲ୍ ୱେବସାଇଟ୍ cbse.gov.in କିମ୍ବା cbseresults.nic.in ଖୋଲନ୍ତୁ।
“CBSE Class 10th Result 2025” ଲିଙ୍କରେ କ୍ଲିକ୍ କରନ୍ତୁ।
ରୋଲ୍ ନମ୍ବର, ସ୍କୁଲ ନମ୍ବର, ଓ ଆଡମିଟ କାର୍ଡ ID ପ୍ରବେଶ କରନ୍ତୁ।
ରେଜଲ୍ଟ ଦେଖନ୍ତୁ ଓ ଡାଉନଲୋଡ କରନ୍ତୁ।
ଅନ୍ୟାନ୍ୟ ବିକଳ୍ପ: ଡିଜିଲକର (results.digilocker.gov.in) ଓ UMANG ଆପ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଚେକ୍ କରାଯାଇପାରିବ। ପ୍ରତ୍ୟେକ ସ୍କୁଲଗୁଡ଼ିକ ଏକ ୬-ଅଙ୍କ ବିଶିଷ୍ଟ ଡିଜିଲକର ସୁରକ୍ଷା ପିନ୍ ପ୍ରଦାନ କରାଯାଇଛି। ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପରିକ୍ଷାରେ କୃତକାର୍ଯ୍ୟ କରିପାରିବେ।
ଚଳିତ ବର୍ଷ ହୋଇଥିବା ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ଗୋଟିଏ ବିଷୟରେ ଅସଫଳ ହୋଇଛନ୍ତି, ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇପାରିବେ। ଦୁଇରୁ ଅଧିକ ବିଷୟରେ ଅସଫଳ ହେଲେ, ପରବର୍ତ୍ତୀ ବର୍ଷ ପୁନଃ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସିବିଏସଇ ପରିକ୍ଷାଫଳ ପ୍ରକାଶିତ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ ମେରିଟ୍ ତାଲିକା ପ୍ରକାଶ କରିବା ବନ୍ଦ କରିଛି।
ପରିକ୍ଷାଫଳ ଯାଞ୍ଚ ପାଇଁ ଛାତ୍ରଛାତ୍ରୀମାନେ କେବଳ ଅଫିସିଆଲ୍ ୱେବସାଇଟ୍ ବ୍ୟବହାର କରନ୍ତୁ ଏବଂ ନକଲି ସାଇଟ୍ଗୁଡ଼ିକୁ ଗୁଡିକ ଠାରୁ ଦୁରେଇ ରୁହନ୍ତୁ। ରେଜଲ୍ଟ ସମ୍ବନ୍ଧୀୟ ଅପଡେଟ୍ ବିଷୟରେ ଅଧିକ ଜାଣିବା ପାଇଁ cbse.gov.in ସାଇଟ ପରିଦର୍ଶନ କରନ୍ତୁ।