ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

କାଶ୍ମୀରରେ ଲୁଚିଛନ୍ତି ପହଲଗାମ ଆତଙ୍କୀ; ଲାଗିଲା ୩ ମୋଷ୍ଟୱାଣ୍ଟେଡଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

Published By : Ankita S | May 13, 2025 11:36 AM

ଶ୍ରୀନଗର,୧୩/୦୫: ଏପ୍ରିଲ ୨୨ରେ ପହଲଗାମ ବୈସରନ ଘାଟିରେ ନରସଂହାର ଘଟାଇଥିବା ଆତଙ୍କୀ କାଶ୍ମୀରରେ ଲୁଚିଛନ୍ତି । ସେମାନେ ପୋଲିସ ହାତରେ ଲାଗି ନାହାନ୍ତି । ତାଙ୍କୁ ଖୋଜି ବାହାର କରିବାକୁ ଦକ୍ଷିଣ କାଶ୍ମୀରର ଗଳି କନ୍ଦିରେ ୩ ମୋଷ୍ଟୱାଣ୍ଟେଡଙ୍କ ପୋଷ୍ଟର ଲାଗିଛି । ଆତଙ୍କୀଙ୍କ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି ।

୨୬ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆତଙ୍କୀ ଏବେ ବି ସୁରକ୍ଷାକର୍ମୀ ହାତରେ ଲାଗିନାହିଁ । ଏବେ ଆତଙ୍କୀଙ୍କୁ କାବୁ କରିବାକୁ କାଶ୍ମୀରରେ ଆତଙ୍କୀଙ୍କ ପୋଷ୍ଟର ଲାଗିଛି । ଦକ୍ଷିଣ କାଶ୍ମୀର ଏକାଧିକ ସ୍ଥାନରେ ୩ ମୋଷ୍ଟୱାଣ୍ଟେଡ଼ଙ୍କ ପୋଷ୍ଟର ଲଗାଯାଇଛି । ସେମାନଙ୍କ ବାବଦରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଛି । କୁହାଯାଉଛି କି ଆତଙ୍କୀ ଆଦିଲ ହୁସେନ, ଅଲି  ଓ ହାସିମ ପହଲଗାମ ନରସଂହାର ଘଟାଇବା ପରେ ସେମାନେ ଦକ୍ଷିଣ କାଶ୍ମୀରରେ ଲୁଚିଛନ୍ତି ।

ଫେରିଲା ଶାନ୍ତି, ଖୋଲିଲା ସ୍କୁଲ- ଭାରତ-ପାକ୍ ଅସ୍ତ୍ରବିରତି ପରେ ଚଳଚଞ୍ଚଳ ହୋଇଛି ସୀମା । ସବୁ କିଛି ଶାନ୍ତ ପଡିଛି । ସ୍ଥିତି ସ୍ୱାଭାବିକ୍ ହୋଇଛି । ସ୍କୁଲ-କଲେଜ୍ ପୁଣି ଖୋଲିଛି । ପିଲାମାନେ ଖୁସିରେ ନାଚିଛନ୍ତି । ଶ୍ରୀନଗର-ରିଆସିରରେ ସ୍କୁଲ ଖୋଲିବା ସମୟର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ପିଲମାନେ ବହୁତ ଖୁସି ଅଛନ୍ତି । ସେହିପରି ଉଦମପୁରରେ ଦୋକାନ ବଜାର ଖୋଲିଛି ।

ଅଧିକ ପଢନ୍ତୁ...ଜମ୍ମୁ କାଶ୍ମୀରର ସୋପିଆନରେ ଏନ୍‌କାଉଣ୍ଟର,ଜଣେ ଆତଙ୍କବାଦୀ ନିହତ

୪ ଆତଙ୍କୀ ସଫା- ଜମ୍ମୁକାଶ୍ମୀର ସୋପିଆନ୍‌ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାକର୍ମୀ । ୨ ଆତଙ୍କୀ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ଏନକାଉଣ୍ଟର ।

କହି ରଖୁଛୁ କି, ଗତ ଏପ୍ରିଲ ୨୨ରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଘାଟିରେ ନରସଂହାର କରିଥିଲେ ଆତଙ୍କୀ । ଭୟଙ୍କର ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଜଣେ ନେପାଳୀ ନାଗରିକ ଥିଲେ । ଦେଶକୁ ଦୋହଲାଇ ଦେଇଥିଲା ଆତଙ୍କା ଆକ୍ରମଣ । ପହଲଗାମ ପ୍ରତିଶୋଧ ନେବାକୁ ଭାରତ ଅପରେସନ୍ 'ସିନ୍ଦୂର' ଆରମ୍ଭ କରିଥିଲେ । ପିଓକେ ଓ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ମିଜାଇଲ ମାଡ କରି ଛାରଖାର କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଏହାପରେ ପାକିସ୍ତାନ ଭାରତର ସୀମାବର୍ତ୍ତୀ ରାଜ୍ୟରେ ମିଜାଇଲ ମାଡ କରିଥିଲା । ଭାରତୀୟ ସେନା ମୁହଁତୋଡ ଜବାବ୍ ଦେଇଥିଲା । ୩ ଦିନ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘମାସାନ ହୋଇଥିଲା । ଏହାପରେ ଆମେରିକା ମଧ୍ୟସ୍ଥତାରେ ଅସ୍ତ୍ରବିରତି ସହମତି ହୋଇଥିଲା ।
 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.