ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ମେକ୍ସିକୋରେ ମେୟର ପ୍ରାର୍ଥୀଙ୍କ ସମେତ ୪ ଜଣଙ୍କୁ ଗୁଳିକରି ହତ୍ୟା, ନିର୍ବାଚନ ପ୍ରଚାର ବେଳେ ହୋଇଛି ଗୁଳିମାଡ…

Published By : Prameya | May 13, 2025 7:07 PM

ନୂଆଦିଲ୍ଲୀ: ମେକ୍ସିକୋରେ ଜଣେ ମେୟର ପ୍ରାର୍ଥୀଙ୍କ ସମେତ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମେୟର ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ମେୟର ପ୍ରାର୍ଥୀ ୟେସେନିଆ ଲାରା ଗୁଟେରେଜଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଛି । ମେୟର ପ୍ରାର୍ଥୀଙ୍କ ହତ୍ୟା ଘଟଣା ଫେସବୁକରେ ପୋଷ୍ଟ ଲାଇଭ୍ ଷ୍ଟ୍ରିମିଂରେ ରେକର୍ଡ ହୋଇଥିଲା। ଭିଡିଓରେ, ୟେସେନିଆ ଲାରା ଗୁଟେରେଜ୍ ପ୍ରଚାର ସମୟରେ ଲୋକଙ୍କୁ ଭେଟିଥିବାର ଦେଖାଯାଉଛି। ଏହି ସମୟରେ ତାଙ୍କ ସମର୍ଥକ ମାନେ ତାଙ୍କୁ ଘେରି ରହିଥିଲେ।

ଗୁଟେରେଜ୍ ରାସ୍ତାରେ ଚାଲି ଚାଲି ଲୋକଙ୍କୁ ଭେଟୁଥିଲେ। ଏହି ସମୟରେ ଆକ୍ରମଣକାରୀ ମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ସମୟ ମଧ୍ୟରେ ମୋଟ ୨୦ ରାଉଣ୍ଡ ଗୁଳିଚାଳନା ହୋଇଥିଲା, ଯେଉଁଥିରେ ମେୟର ପ୍ରାର୍ଥୀ ଗୁଟିରେଜ୍ ସମେତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ମେକ୍ସିକୋର ଭେରାକ୍ରୁଜରେ ଘଟିଛି। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାକୁ ଯାଞ୍ଚ କରାଯାଉଛି। ୟେସେନିଆ ଗୁଟେରେଜ୍ ମେକ୍ସିକୋର ରାଷ୍ଟ୍ରପତିଙ୍କ ଦଳ ମୋରେନା ପାର୍ଟିର ସଦସ୍ୟ ଥିଲେ। ଗୁଳିକାଣ୍ଡ ଘଟଣାରେ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଜୁନ୍ ୧ ତାରିଖରେ ମେୟର ପଦ ପାଇଁ ଭୋଟ୍ ହେବାର ଥିଲା। ତଦନ୍ତ ଏଜେନ୍ସି ଗୁଡ଼ିକ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣର ମେକ୍ସିକୋର ଏକ ଲମ୍ବା ଇତିହାସ ରହିଛି। ୨୦୨୪ ମସିହାରେ,ମେକ୍ସିକୋରେ ରାଜନୈତିକ-ଅପରାଧୀ ହିଂସାରେ ରେକର୍ଡ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ଏହି ସମୟ ମଧ୍ୟରେ, ୬୬୧ ଜଣ ଲୋକ ଏବଂ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା। ଯେଉଁ ମାନଙ୍କ ଉପରେ ଆକ୍ରମଣ ହୋଇଥିଲା, ସେମାନେ ସ୍ଥାନୀୟ ନଗର ନିଗମରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ କିମ୍ବା ନିର୍ବାଚନ ଲଢ଼ୁଥିଲେ। ଗତ ବର୍ଷ ମେ ମାସରେ ମେକ୍ସିକୋର ଗୁଏରୋ ସହରରେ ଜଣେ ମେୟର ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.