ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଆସିଲା ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ପ୍ରାଥମିକ ପ୍ରତିକ୍ରିୟା, କହିଲେ…

Published By : Prameya | May 15, 2025 4:38 PM

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଗାତାର କିଛି ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ଏବେ ଶାନ୍ତିର ବାତାବରଣ ରହିଛି। ସୂଚନାଥାଉକି, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଏବଂ ଏୟାରବେସକୁ ଟାର୍ଗେଟ କରି କିଛି ସମୟ ମଧ୍ୟରେ ଧରାଶାୟୀ କରିଦେଇଥିଲା। ଏହା ପରେ, ପାକିସ୍ତାନର ଅନୁରୋଧରେ, ଭାରତ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା। ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ନଇ ବିଶ୍ୱର ବିଭିନ୍ନ ଦେଶ ଖୁସି ପ୍ରକାଶ କରିଛନ୍ତି। ଆଉ ଏହି ସମୟରେ, ସାଉଦି ଆରବର କ୍ରାଉନ୍ ପ୍ରିନ୍‌ସ ମହମ୍ମଦ ବିନ୍ ସଲମାନ ମଧ୍ୟ ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ ଯୁଦ୍ଧବିରତି ଉପରେ ଏକ ବିବୃତ୍ତି ଜାରି କରିଛନ୍ତି। ଏବେ ଆସନ୍ତୁ କ’ଣ କହିଛନ୍ତି ସେ…

ସାଉଦି ଆରବର ସରକାରୀ ଏଜେନ୍ସି ଦ୍ୱାରା ଜାରି ହୋଇଥିବା ସୂଚନା ଅନୁଯାୟୀ, ରିୟାଦରେ ଗଲ୍ଫ କୋଅପରେସନ କାଉନସିଲ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତା ମାନଙ୍କୁ ସମ୍ବୋଧିତ କରିବା ସମୟରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ କହିଥିଲେ ଯେ, "ଆମେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରୁଛୁ। ମୁଁ ଆଶା କରୁଛି ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ଏବଂ ଶାନ୍ତି ଫେରାଇ ଆଣିବାରେ ସାହାଯ୍ୟ କରିବ।"

ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ମାନେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ପହଲଗାମ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିଥିଲା। ସେବେଠାରୁ, ପାକିସ୍ତାନ ଜମ୍ମୁ-କାଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ସାହାଯ୍ୟରେ ଭାରତ ଉପରେ ନିରନ୍ତର ଆକ୍ରମଣ କରି ଆସୁଛି । ତେବେ ଭାରତୀୟ ସେନା ବାୟୁ ପ୍ରତିରକ୍ଷା ସହାୟତାରେ ପାକିସ୍ତାନର ସମସ୍ତ ପ୍ରୟାସକୁ ବିଫଳ କରିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.