ନୂଆଦିଲ୍ଲୀ : ପାକିସ୍ତାନ ପୁଣି ଥରେ ଦୁନିଆ ସାମ୍ନାରେ ନିଜର ଅସଲ ଭାବନାର ଖୋଲା ପ୍ରମାଣ ଦେଇ ସାରିଛି। ଭାରତ ଦ୍ୱାରା ଚଲାଯାଇ ଥିବା ଅପରେସନ ସିନ୍ଦୂରରେ ଧ୍ୱଂସ କରାଯାଇ ଥିବା ଆତଙ୍କବାଦୀ ଲସ୍କର-ଏ-ତୈୟବାର ଆଡ୍ଡାକୁ ଏବେ ଆଉ ଥରେ ତିଆରି କରିବା ଦାୟିତ୍ୱ ନିଜେ ପାକିସ୍ତାନ ସରକାର ନେଇଛି। ଏହି ଘୋଷଣା ନିଜେ ଶହବାଜ ସରିଫ୍ଙ୍କ ମନ୍ତ୍ରୀ ରାଣା ତନବୀର ହୁସୈନ କରିଛନ୍ତି।
ରାଣା ତନବୀର ସେଠାରେ ସର୍ବସାଧାରଣରେ କହିଛନ୍ତି ଯେ ସରକାର ଏହି ସବୁ ସ୍ଥାନକୁ ନିଜ ଖର୍ଚ୍ଚରେ ପୁଣି ତିଆରି କରିବ। କେବଳ ଏତିକି ନୁହେଁ , ସେ ଏହା ମଧ୍ୟ କହିଛନ୍ତି ଯେ ନିଜେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନିର ଏହି ନିର୍ମାଣ କାର୍ଯ୍ୟରେ ବ୍ୟକ୍ତିଗତ ଆର୍ଥିକ ସାହାଯ୍ କରିବେ। ପାକିସ୍ତାନର ମିଡ଼ିଆ ମଧ୍ୟ ଏହି ବୟାନକୁ ମୁଖ୍ୟ ଖବର ଭାବେ ପ୍ରକାଶିତ କରିଛି।
ଉଲ୍ଲେଖନୀୟ ଯେ, ଭାରତୀୟ ସେନା ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ପ୍ରମୁଖ ଠିକଣା ଉପରେ ହମଲା କରି ଲସ୍କର-ଏ-ତୈୟବାର ଅନେକ ଆଡ୍ଡାକୁ ଧ୍ୱଂସ କରିଦେଇ ଥିଲା। ଏହି ହମଲାରେ ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରି ଦିଆଯାଇ ଥିଲା। ଏହି ଅଭିଯାନ ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ଖୁବ୍ ବଢି ଯାଇଥିଲା, କିନ୍ତୁ ପରେ ଯୁଦ୍ଧ ବିରତି ଉପରେ ଉଭୟ ଦେଶର ସହମତି ହୋଇଥିଲା।
ସୂଚନା ଯେ, ମୁରିଦକେ ଲାହୋର ଠାରୁ ପାଖାପାଖି ୩୩ କିଲୋମିଟର ଦୂରରେ ଅଛି, ସେଠାରେ ଲସ୍କର-ଏ-ତୈୟବାର ମୁଖ୍ୟାଳୟ ମରକଜ-ଏ-ତୈୟବା ନାମରେ ରହିଛି। ରିପୋର୍ଟ୍ସ ମୁତାବିକ , ୨୦୦ ଏକରରେ ବିସ୍ତୃତ ଏହି ପରିସରରେ ଆତଙ୍କୀଙ୍କୁ ଟ୍ରେନିଂ ଦିଆ ଯାଉ ଥିବା , ତାଙ୍କୁ ନିଯୁକ୍ତି ଦିଆଯାଉ ଥିଲା ଏବଂ ସେଠାରୁ ଭାରତ ଉପରେ ହମଲାର ଷଡ଼ଯନ୍ତ୍ର ରଚା ଯାଉ ଥିଲା।
ଏହା ସେହି ସ୍ଥାନ ଯେଉଁଠାରୁ ୧୯୮୦ରେ ପାକିସ୍ତାନର ଆଇଏସଆଇର ସାହାଯ୍ୟରେ ହାଫିଜ୍ ସଇଦ ଲସ୍କର-ଏ –ତୈୟବାର ମୂଳଦୁଆ ପକାଇ ଥିଲା। ଏବେ ଯେତେବେଳେ ପାକିସ୍ତାନ ନିଜେ ଏହି ଧ୍ୱଂସପ୍ରାପ୍ତ ଆଡ୍ଡା ଗୁଡ଼ିକୁ ଆଉ ଥରେ ଠିଆ କରାଇବା କଥା କହୁଛି , ତ ଏଥିରେ ସ୍ପଷ୍ଟ ହେଉଛି ଯେ, ସେ ଆତଙ୍କ ବିରୋଧରେ ଲଢେଇର କେବଳ ନାଟକ କରୁଛି, ବାସ୍ତବରେ ସେ ହିଁ ସେମାନଙ୍କୁ ପାଳିପୋଷି ରଖୁଛି।