ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ

Published By : Prameya | March 28, 2025 11:30 AM

ଭୁବନେଶ୍ୱର ୨୮/୦୩ : ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା। ଆଜି ବି କଂଗ୍ରେସ ପ୍ରତିବାଦ ରାଲି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକ ନଗର ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗଲେ ନିଲମ୍ବିତ ବିଧାୟକ । ପ୍ରତିବାଦ ରାଲିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ , ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ୧୪ ନିଲମ୍ବିତ ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି। 


ସୂଚନା ଅନୁଯାଇ, ଗୁରୁବାର ଗାନ୍ଧିମାର୍ଗରେ ନାରୀ ସୁରକ୍ଷା ପାଇଁ କଂଗ୍ରେସର ବିକ୍ଷୋଭ ବେଳେ  କର୍ମୀ-ପୁଲିସ ବାହିନୀ ମୁହାଁମୁହିଁ  ହୋଇଥିଲେ। ଉଭୟ ପକ୍ଷରୁ କେହି କାହାରିକୁ ଛାଡି ନଥିଲେ । କଥା ଧସ୍ତାଧସ୍ତି କି ଠେଲାପେଲାରେ  ଅଟକିଲାନି । ଟେକାପଥର, ଚେୟାର ବର୍ଷା  ସାଙ୍ଗକୁ ଲାଠିମାଡ଼ ଚାଲିଲା । ଗାନ୍ଧିମାର୍ଗ  ଏକରକମର ରଣକ୍ଷେତ୍ର ପାଲଟିଥିଲା । ପୋଲିସ ଲାଠି ମାଡ଼ରେ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.