ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା, ହେଲ୍ପଲାଇନ୍ ନମ୍ୱର ଜାରି କଲା ରେଲ୍‌ ୱେ

Published By : Harapriya Sethi | March 30, 2025 2:24 PM

କଟକ, ୩୦/୦୩: ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା । ରେଲ ୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର । ୩ ଟି ଟ୍ରେନ୍‌ର ହେଲା ଦିଗ ପରିବର୍ତ୍ତନ । କାମାକ୍ଷା ଏକ୍ସପ୍ରେସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଟ୍ରେନ୍‌ରେ ଗନ୍ତବ୍ୟ ସ୍ଥଳରୁ ପଠାଯିବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ୍‌ ଡିଆର୍‌ଏମ୍‌, ଜିଏମ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୁର୍ଘଟଣା ରିଲିଫ୍ ଏବଂ ଡାକ୍ତରୀ ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି ।

ତେବେ ଡାଇଭର୍ଟ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା ୧୨୮୨୨ (BRAG), ୧୨୮୭୫ (BBS), ୨୨୬୦୬ (RTN) । ଏହି ଦୁର୍ଘଟଣାରେ ପରେ ଭୁବନେଶ୍ୱର ପ୍ଲାଟଫର୍ମ ନଂ ୧ ରେ ହେଲ୍ପଡେସ୍କ ନମ୍ବର ୮୧୧୪୩୮୨୩୭୧ ଜାରି କରାଯାଇଛି । ଭୁବନେଶ୍ୱରରେ ୮୪୫୫୮୮୫୯୯୯ ଏବଂ କଟକରେ ୮୯୯୧୧୨୪୨୩୮,  ୮୯୯୧୧୨୪୨୩୮ ହେଲ୍ପଲାଇନ୍‌ ନମ୍ୱର ଜାରି ହୋଇଛି । ସେହିଭଳି ଭଦ୍ରକ ପାଇଁ ହେଲ୍ପଲାଇନ୍‌ ନମ୍ୱର ୯୪୩୭୪୪୩୪୬୯  ଜାରି କରିଛି ରେଲ୍‌ ୱେ । 

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ସମୟରେ କଟକ ମଙ୍ଗୁଳି ଚୌଦ୍ବାର ନିର୍ଗୁଣ୍ତି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ୧୧ ବଗି  ଧାରଣାରୁ ଖସି ପଡ଼ିଥିଲା । ରେଲ୍‌ ୱେ ପକ୍ଷରୁ ମୃତାହତର କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ରେଳବାଇ ଟିମ୍ ପହଞ୍ଚି ଥିବା ଜଣାପଡିଛି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଅପରେସନ୍ ଚାଲିଛି । ଘଟଣାସ୍ଥଳରେ ଆର୍‌ପିଏଫ୍‌, ଜିଆର୍‌ପିଏଫ, ଅଗ୍ନିଶମ ବାହିନୀ ଉଦ୍ଧାର କରୁଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲ ପଠାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.