କଟକ ୦୧/୦୪: କଟକ ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ। ଏକ କପଡ଼ା ଏବଂ ଭିଆଇପି ଲଗେଜ୍ ସୋ' ରୁମ୍ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ହୋଇ ଜଳିବାରେ ଲାଗିଥିଲା। କଳାଧୂଆଁ ମୟ ହୋଇଗଲା ପୂରା ଅଞ୍ଚଳ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ଫାୟାର ଫାଇଟ୍ମାନେ ନିଆଁ ଲିଭାଇକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏସିରେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ମିଳିଛି। ତେବେ ସୋରୁମ୍ର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଥିଲା କି ନାହିଁ ଜଣାପଡିନାହିଁ। ସ୍ଥାନୀୟଲୋକ ମଧ୍ୟ ନିଆଁଲିଭାରେ ସହଯୋଗ କରୁଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ କିଛି କର୍ମଚାରୀ ସୋ’ ରୁମ୍ ଖୋଲିଥିଲେ । ଏହି ସମୟରେ ହଠାତ୍ ସୋ’ ରୁମ୍ ମଧ୍ୟରେ କିଛି ଶବ୍ଦ ହୋଇଥିଲା । ଆଉ ଏସି ପାଖରୁ ଧୂଆଁ ବାହାରିଥିଲା । କର୍ମଚାରୀମାନେ ତରିବରିଆ ଭାବେ ବାହାରକୁ ଚାଲିଆସିଥିଲେ । ସେପଟେ ଦେଖୁ ଦେଖୁ ସୋ’ ରୁମ୍ ଭିତରେ ଧୂଆଁ ବ୍ୟାପିଥିଲା । ଯାହାପରେ କର୍ମଚାରୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ ଆଉ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । ହେଲେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିପାରିନାହାନ୍ତି । ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ବ୍ୟାପିବାରେ ଲାଗିଛି ।