ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା: ସରିଲା ଟ୍ରାକ୍‌ ମରାମତି, ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

Published By : Harapriya Sethi | March 31, 2025 10:14 AM

କଟକ, ୩୧/୦୩: ସରିଲା ନିର୍ଗୁଣ୍ଡି ନିକଟ ଟ୍ରାକ୍‌ ମରାମତି। ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ। ରବିବାର ଅପରାହ୍ନରୁ ଆରମ୍ଭ ପୁନରୁଦ୍ଧାର କାର୍ଯ୍ୟ ୨୦ ଘଣ୍ଟାରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କଲେ ରେଳବାଇ କର୍ମଚାରୀ। ସାଧାରଣ ଟ୍ରେନ୍‌ ସେବା ସୁନିଶ୍ଚିତ କରିବା ପାଇଁ ସୋମବାର ସକାଳ ସୁଦ୍ଧା ରେଳ କର୍ମଚାରୀମାନେ ଟ୍ରାକଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ସମଗ୍ର ଉଦ୍ଧାର କାର୍ଯ୍ୟ ଇସିଓଆର୍‌ ମହାପ୍ରବନ୍ଧକଙ୍କ ଦ୍ୱାରା ତଦାରଖ କରାଯାଇଥିଲା।

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ହେବ । କଟକ ରେଳ ଷ୍ଟେସନ୍‌ ଛାଡ଼ି ଆସାମର ଗୌହାଟୀ ଅଭିମୁଖେ ଆଗକୁ ବଢ଼ୁଥାଏ ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ । ଟ୍ରେନ୍‌ଟି ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର୍‌ ହଲ୍ଟ ପରେ ଏକ ବୁଲାଣି ଅତିକ୍ରମ କରୁଥିଲା । ହଠାତ୍‌ ଧଡ଼ଧଡ଼ ଶବ୍ଦ କରିବା ସହ ଟ୍ରେନ୍‌ର ଅଧାରୁ ଅଧିକ କୋଚ୍‌ ରେଳ ଲାଇନ୍‌ରୁ ବାହାରି ବାମପଟକୁ ଢଳିପଡ଼ିଥିଲା । କୋଚ୍‌ଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇ କିଛି ମିଟର ମାଟିରେ ଘୁଷୁଡ଼ିବା ପରେ ଅଟକି ଯାଇଥିଲା । ଏହି ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ  ଯାତ୍ରୀ ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ, କୋଚ୍‌ଗୁଡ଼ିକ ପଲଟି ନଥିବାରୁ ବଡ଼ ଏକ ବିପଦ ଟଳିଯାଇଥିବା ଓ ଟ୍ରେନ୍‌ରେ ଥିବା ୧୬ ଶହରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କୁହାଯାଉଛି । 

ମାର୍ଚ୍ଚ ୩୧ ତାରିଖ (ସୋମବାର)ଦିନ ବାରଙ୍ଗ- ନରାଜ - କପିଳାସ ରୋଡ୍‌ ଦେଇ ଯିବାକୁ ଥିବା ଟ୍ରେନ୍‌-

• ୨୦୮୯୨ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ 

• ୨୨୫୦୩ କନ୍ୟାକୁମାରୀ-ଡିବ୍ରୁଗଡ ଏକ୍ସପ୍ରେସ 

• ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ 

• ୧୨୦୭୪ ଭୁବନେଶ୍ୱର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 

• ୧୮୪୧୪ପୁରୀ-ପାରାଦୀପ ଏକ୍ସପ୍ରେସ 

• ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ 

ଏହାଛଡ଼ା ଆହୁରି ଅନେକ ଟ୍ରେନ୍‌ ବାରଙ୍ଗ- ନରାଜ - କପିଳାସ ରୋଡ୍‌ ଦେଇ ଯାତାୟାତ କରିବ । ଏହି ଘଟଣା ସମୟରେ ପ୍ରଭାବିତ ହୋଇଥିବା ଟ୍ରେନ୍‌ରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ଉପରେ ଧ୍ୟାନ ଦିଆଯାଇଥିଲା । ସେଥିପାଇଁ ଟ୍ରେନ୍‌ ଟ୍ରାକ୍‌ର ମରାମତି କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.