ଆଠଗଡ଼,୩୧।୩ : ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରେଙ୍ଗାଲି କେନାଲ ଭିତରକୁ ଏକ କାର୍ ଖସି ପଡିଛି। କାରରେ ଥିବା ବଡ଼ମ୍ବା ଅଞ୍ଚଳର ୪ ଜଣ ଆହତ ହୋଇଛନ୍ତି । କେନାଲରେ ପାଣି ଥିବା ବେଳେ ସ୍ଥାନୀୟ ଲୋକ କାର କାଚ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ। ରାସ୍ତାରେ ଯାଉଥିବା ଏକ କାରରେ ଆହତଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
କାର ଢେଙ୍କାନାଳ ରୁ ବଡ଼ମ୍ବା ଫେରୁଥିବା ବେଳେ ଭିରୁଡା ଗ୍ରାମ ନିକଟ ରେଙ୍ଗାଲି କେନାଲ ନିକଟରେ ଥିବା ବାଙ୍କରେ ଚାଳକ ଭାରସ୍ୟାମ ହରାଇବାରୁ କାରଟି କେନାଲ ମଧ୍ୟକୁ ଖସିପଡି ଓଲଟି ପଡିଥିଲା l ଘଟଣା ସମ୍ପର୍କରେ ଖବର ପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଆହତଙ୍କୁ ଭେଟି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।