ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Published By : Prameya | April 1, 2025 11:57 AM

ପୁରୀ,୦୧/୦୪: ବୁଧବାର ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖସିଂହାର) ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ହେବ । 

ସାଧାରଣତଃ  ଅପରାହ୍ଣରୁ ସନ୍ଧ୍ୟା ସମୟରେ ଏହି ନୀତି ହୋଇଥାଏ ।  ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି  ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର  ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପରେ ମହାସ୍ନାନ ପୂଜା  ବଢ଼ି ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ,  କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଆଦି ଆବଶ୍ୟକ ହୋଇଥାଏ । ସେହି ଦିନର ଠାକୁରଙ୍କ ନୀତି ଅନୁସାରେ ବନକଲାଗି ଓ ଦର୍ଶନ କଟକଣା ସମୟ ସ୍ଥିର ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.