ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଗ୍ରୀଷ୍ମ ମୁକାବିଲା ପାଇଁ ଏସ୍‌ଟିଏର ନିର୍ଦ୍ଦେଶାବଳୀ: ସବୁ ବସ୍‌ରେ ପାଣି, ବରଫ ପ୍ୟାକେଟ୍‌ ରହିବ

Published By : Prameya | March 30, 2025 11:42 AM

କଟକ,୩୦/୦୩: ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀମାନେ କିପରି ସୁରକ୍ଷିତ ଯାତ୍ରା କରିବେ ତାହା ସୁନିଶ୍ଚିତ କରାଯିବ । ସବୁ ବସ୍‌ରେ ବିଶୁଦ୍ଧ ପାନୀୟ ଜଳ ରଖାଯିବ । ଏଥିସହ ବରଫ ପ୍ୟାକେଟ୍‌, ପ୍ରାଥମିକ  ଚିକିତ୍ସା କିଟ୍‌ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମଧ୍ୟ ବସ୍‌ରେ ରହିବ । ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)  ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ଏହା ସ୍ପଷ୍ଟ କରାଯାଇଛି । ସେହିପରି ବସ୍‌ ଷ୍ଟପ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ  ବ୍ୟବସ୍ଥା କରାଯିବ । ସାର୍ବଜନୀନ ପରିବହନ ଯାନରେ  ଯାତ୍ରୀ ସୁରକ୍ଷା ଏବଂ ଆରାମକୁ ଗୁରୁତ୍ୱ ଦିଆଯିବ ।  ନିର୍ଦ୍ଧାରିତ ସଂଖ୍ୟାର ଅନୁମତିକୁ ଉଲ୍ଲଂଘନ କରି ଅଧିକ  ଯାତ୍ରୀ ନେଉଥିବା ଯାନ ବିରୋଧରେ ଦୃଢ଼ ପଦକ୍ଷେପ  ନିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।  

ଶନିବାର ଏନେଇ ଏସ୍‌ଟିଏର ବରିଷ୍ଠ ଅଧିକାରୀ,  ସମସ୍ତ ଆର୍‌ଟିଓ ଏବଂ ଏଆର୍‌ଟିଓଙ୍କ ସହିତ ବୈଠକ  କରିଥିଲେ । ନିଷ୍ପତ୍ତି ହୋଇଥିଲା ଯେ, ଦୂର ଯାତ୍ରୀଙ୍କ  ପାଇଁ ରାଜପଥରେ ଜଳ କିଓସ୍କ୍‌ ସ୍ଥାପନ କରି ପାନୀୟ  ଜଳ ଯୋଗାଇ ଦିଆଯିବ । ଓଭର୍‌ଲୋଡିଂ, ବସ୍‌ ଛାତ  ଉପରେ ବସି ଯାତ୍ରା କରିବା ଏବଂ ଝୁଲନ୍ତା ଅବସ୍ଥାରେ  ଯାତ୍ରୀ ନେଉଥିବା ଯାନଠାରୁ ଜରିମାନା ଆଦାୟ କରାଯିବ ।  ଆର୍‌ଟିଓ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌  କାର୍ଯ୍ୟ କରିବ । ଏଥିସହ ଓଡ଼ିଶାରୁ ଯାତ୍ରୀ ନେଇ ଯାଉଥିବା  ବସ୍‌ ବିରୋଧରେ ଉକ୍ତ ପଦକ୍ଷେପ ନେବାକୁ ଏସ୍‌ଟିଏ  ପକ୍ଷରୁ ପଡୋଶୀ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଏ ଦିଗରେ ବ୍ୟାପକ ସଚେତନତା ପାଇଁ ବସ୍‌ ଏବଂ ଟ୍ରକ୍‌  ମାଲିକ ସଂଘ ସହଭାଗିତାରେ ହେଲ୍‌ପଲାଇନ୍‌ ନମ୍ବର  ଯୋଗାଇ ଦିଆଯିବ । ସ୍ଥାନୀୟ ଏନ୍‌ଜିଓଗୁଡିକୁ ବି ସାମିଲ  କରାଯିବ । ଆବଶ୍ୟକସ୍ଥଳେ ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କୁ  ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ଏନ୍‌ଫୋର୍ସମେଣ୍ଟ  ଦଳ ସହ ଡାକ୍ତରଙ୍କୁ ପଠାଯିବ । ଏ ସମ୍ବନ୍ଧରେ ସମୀକ୍ଷା  ପାଇଁ ନିୟମିତ ବୈଠକ ହେବ । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ଯାନଗୁଡ଼ିକ ଉପରେ ବିଶେଷ  ଧ୍ୟାନ ଦିଆଯିବ । ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ  ଆର୍‌ଟିଓ, ଏଆର୍‌ଟିଓ ଜିଲ୍ଲା ପ୍ରଶାସନ ଏବଂ ଏସ୍‌ଟିଏ  ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.