ଭୁବନେଶ୍ଵର, ୨୯/୦୩ : ଋଣ ଜାଲିଆତି ଅଭିଯୋଗରେ ୪ ସରକାରୀ ଅଧିକାରୀ ଗିରଫ। ୬୪ ଲକ୍ଷ ଟଙ୍କାରୁ ଅଧିକ ଋଣ ଠକେଇ ପାଇଁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ୪ ସରକାରୀ ଅଧିକାରୀ ହେଲେ ସମ୍ବଲପୁର କଟାରବାଗ ସମବାୟ ସମିତିର ପୂର୍ବତନ ସମ୍ପାଦକ ଭୁବନେଶ୍ୱର ସାହୁ, ତବଲା ସମବାୟ ସମିତିର ପୂର୍ବତନ ସମ୍ପାଦକ ଭଗବାନ ପଟେଲ ଓ ବରଗଡ଼ ଜିଲ୍ଲା କାନସିଂହା ସମବାୟ ସମିତିର ପୂର୍ବତନ ସମ୍ପାଦକ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ।
ଟଙ୍କା ଆତ୍ମସାତ କରିବା, ସଂଗୃହିତ ଋଣ ପରିଶୋଧ ପରିମାଣ ଏବଂ ସାର ବିକ୍ରୟ ଆୟ ସହିତ ଜଡିତ ମୋଟ ୬୪,୧୩,୭୩୦ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ୪ ଅଧିକାରୀ ବନ୍ଧା ହୋଇଛନ୍ତି। କ୍ଷମତାର ଅପବ୍ୟବହାର କରି ଉପରୋକ୍ତ ସୋସାଇଟି ଗୁଡ଼ିକର ଡେ ବୁକରେ ଏଣ୍ଟ୍ରି ଗୁଡ଼ିକୁ ହେରଫେର କରି ଏବଂ ସଦସ୍ୟଙ୍କ ସଞ୍ଚୟ ବ୍ୟାଙ୍କ ଜମା ଆକାଉଣ୍ଟରୁ ସୀମା ବାହାର କରି ଉଠାଣ କରିବା ଅଭିଯୋଗରେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିଛି।
ଏହି ଖବରଟିକୁ ପଢନ୍ତୁ-ତାମିଲନାଡ଼ୁ ଯିବା ବେଳେ ଯାଜପୁର ଷ୍ଟେସନରୁ ୨ ନାବାଳିକା ଉଦ୍ଧାର