ଭୁବନେଶ୍ଵର, ୨୯/୦୩ : ତାମିଲନାଡ଼ୁ ଯିବା ବେଳେ ଯାଜପୁର ଷ୍ଟେସନରୁ ୨ ନାବାଳିକା ଉଦ୍ଧାର। ୨ ଜଣ ଯୁବକଙ୍କ ସହ ତାମିଲନାଡ଼ୁ ଯାଉଥିବା ଖବର ପାଇ ନାବାଳିକାଙ୍କ ଘର ଲୋକ ଯାଜପୁର ଷ୍ଟେସନରେ ଜଗିଥିଲେ। ଷ୍ଟେସନରେ ସେମାନଙ୍କୁ ଠାବ କରିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ କାବୁ କରିଥିଲା।
ସୂଚନାନୁଯାୟୀ, ରାମଚନ୍ଦ୍ରପୁର ଥାନା ପନାସିଆ ଗାଁର ଦୁଇ ଜଣ ନାବାଳିକା ଘରୁ କେଉଁଆଡ଼େ ପଳାଇଥିଲେ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ସେମାନେ ୨ ଜଣ ଯୁବକଙ୍କ ସହ ତାମିଲନାଡ଼ୁ ଯାଉଥିବା ଖବର ପାଇ ପରିବାର ଲୋକେ ଯାଜପୁର ଷ୍ଟେସନରେ ଜଗି ବସିଥିଲେ। ତାମିଲନାଡ଼ୁ ଯିବାବେଳେ ଷ୍ଟେସନରେ ସେମାନଙ୍କୁ ଠାବ କରିଥିଲେ। ଖବର ପାଇ ରାମଚନ୍ଦ୍ରପୁର ପୋଲିସ ସେଠାରେ ପହଞ୍ଚିଥିଲା। ଏହି ସମୟରେ ସୁଯୋଗ ପାଇ ଜଣେ ଯୁବକ ଫେରାର୍ ହୋଇଯାଇଥିଲା। ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଥିଲା।
ଅଟକ ଯୁବକ ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରି ଗାଁର ବୋଲି ଜଣାପଡ଼ିଛି। ଉଭୟ ନାବାଳିକା ସ୍ଵଇଚ୍ଛାରେ କାମ କରିବାକୁ ତାମିଲନାଡ଼ୁ ଯାଉଥିବା କହିଛନ୍ତି। ସେମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଅଟକ ଯୁବକଙ୍କୁ ଛାଡ଼ି ଦେଇଛି। ନାବାଳିକାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।
ଏହି ଖବରଟିକୁ ପଢନ୍ତୁ-ସ୍ଵେଚ୍ଛାକୃତ ଅବସର ନେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ! VRS ଆବେଦନକୁ କେନ୍ଦ୍ରର ମଞ୍ଜୁରୀ ସୂଚନା