ଭୁବନେଶ୍ଵର, ୨୯/୦୩ : ପ୍ରେମ ପ୍ରତାରଣା ଅଭିଯୋଗରେ ପୋଲିସ SI ଗିରଫ। ମାଲକାନାଗିରି ଜିଲ୍ଲାରେ SOG ଟ୍ରେନିଂ ନେଉଥିବା SI ବିଜୟ ସାହୁ ଗିରଫ ହୋଇଛନ୍ତି। ବାଲିଆପାଳ ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମର ବିଜୟ କୁମାର ସାହୁ ବାଲିଆପାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ମାତ୍ର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବିଜୟ ଧାରା ଛୁଆଁ ଦେଇନଥିଲେ। ଯୁବତୀ ଜଣକ ବିଜୟଙ୍କ ବିରୋଧରେ ଶୁକ୍ରବାର ବାଲେଶ୍ୱର spଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ବାଲିଆପାଳ ପୋଲିସ ଏକ ମାମଲା ରୁଜୁ କରି ବିଜୟଙ୍କୁ ଆଜି ଗିରଫ କରିଛି। ବିଜୟ ଏବେ ମାଲକାନଗିରି ଜିଲ୍ଲାରେ SOG ଟ୍ରେନିଂ ନେଉଛନ୍ତି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଏହି ଖବରଟିକୁ ପଢନ୍ତୁ-୬୪ ଲକ୍ଷର ଋଣ ଜାଲିଆତି ଅଭିଯୋଗ, ୪ ସରକାରୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ