ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଅଲିଭ ରିଡ଼ଲେ ଓ ଡ଼ଲଫିନ ସଚେତନତା କର୍ମଶାଳା ଅନୁଷ୍ଠିତ

Published By : prameya | March 29, 2025 3:28 PM

କୋଣାର୍କ,୨୯/୦୩:  ପ୍ରତିବର୍ଷ ନଭେମ୍ବର ମାସଠାରୁ ମେ ମାସ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଆସିଥାଆନ୍ତି । କଇଁଛଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀଠାରୁ ଅସ୍ତରଙ୍ଗ, କୃଷ୍ଣପ୍ରସାଦ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡାଦାନ କରି ପୁଣି ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି । ପ୍ରଜନନ ଋତୁରେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନକୁ ନେଇ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ବାସ୍ତବରେ ଏହା ସଫଳ ହେଉ ନଥିବା ଦେଖିବାକୁ ମିଳୁଛି।  ଅନ୍ୟପଟେ ଡ଼ଙ୍ଗା ଶବ୍ଦରେ ଡ଼ଲଫିନ୍‌ମାନଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଫାଇବର ଜାଲରେ ପଡି ଏହି ସ୍ଥନ୍ୟପାୟୀ ପ୍ରାଣୀଙ୍କର ମୃତ୍ୟୁ ହୋଇଥାଏ । ଯାହାକୁ ନେଇ କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଏକ ଡଲଫିନ ଓ ଅଲିଭ ରିଡ଼ଲେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଯେଉଁଥିରେ  ଅତିଥି ଭାବେ ପୁରୀ ଡିଏଫଓ ବିବେକ କୁମାର, ଅସ୍ତରଙ୍ଗ ଏଏଫଓ ସତ୍ୟବ୍ରତ ଦାଶ, ଜୀବବିଜ୍ଞାନୀ ଶୁଭଶ୍ରୀ ସ୍ଵାଗତିକା ମହାନ୍ତି ଓ ସମାଜିକ ସଂଗଠନ ଜଙ୍ଗଲ ଫାଉଣ୍ଡେସନର ଅଧ୍ୟକ୍ଷ ଆକାଶ ରଞ୍ଜନ ରଥ ଯୋଗ ଦେଇଥିଲେ। ସମୁଦ୍ର ଭିତରେ ଡଲଫିନ ଓ ଅଲିଭ ରିଡ଼ଲେ ସୁରକ୍ଷିତ ରହିଲେ ଅନ୍ୟ ଜୀବମାନେ ସୁରକ୍ଷିତ ରହିପାରିବେ। ମୌସୁମୀ ଆସିଲେ ଡଲଫିନ ଗର୍ଭଧାରଣ କରିଥାଏ। ଥରକେ ୩ଟି  ଛୁଆ ଜନ୍ମ ଦେଇଥାଏ ଡଲଫିନ। ୨ବର୍ଷ  ପର୍ଯ୍ୟନ୍ତ ଛୁଆ ଗୁଡିକ ନିଜ ପାଖରେ ରଖିଥାଏ। ପରେ ଛୁଆ ନିଜ ଦାୟିତ୍ଵ ନିଜେ ନିର୍ବାହ କରିଥାନ୍ତି। ଡଲଫିନର ଜୀବନ କାଳ ୩୦ବର୍ଷ। ଏହି ସବୁ ସାମୁଦ୍ରିକ ଜୀବର ସଂରକ୍ଷଣ ପାଇଁ ସମୁଦ୍ରରେ ରିଙ୍ଗ ଜାଲରେ ମାଛ ଧରିବା ଉପରେ କଟକଣା କରାଯାଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ପରିଚାଳନା କରିଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.