ଆଠଗଡ,୨୯।୩ : ପୁଣି ଜଣେ ଯାତ୍ରା ମାଲିକଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ଯାତ୍ରା କଳାକାର । ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ନରି ପଣ୍ଡା। ଚଣ୍ଡିଖୋଲ ଅଞ୍ଚଳରେ ଏକ ଢ଼ାବାରେ ଆକ୍ରମଣ ହୋଇଥିବା ନରି ପଣ୍ଡା ଅଭିଯୋଗ କରିଛନ୍ତି। ଏକ ଯାତ୍ରା ପାର୍ଟିର ମାଲିକ ତାଙ୍କୁ ମାଡ ମାରିଥିବା ନରି ଅଭିଯୋଗ କରିଛନ୍ତି।
ଏକ ଯାତ୍ରା ପାର୍ଟିରୁ ଆଗାମୀ ଯାତ୍ରା ଋତୁ ପାଇଁ ଅଗ୍ରୀମ ଆଣିଥିଲେ ନରି। ତେବେ ପୂର୍ବ ନିର୍ଦ୍ଧାରିତ ପଇସା ନ ମିଳିବାରୁ ପଇସା ଫେରସ୍ତ କରିବାକୁ ଯାଇଥିଲେ। ସେଠାରେ ଯାତ୍ରା ପାର୍ଟିର ମାଲିକ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ସମସ୍ତଙ୍କୁ ହସାଉଥିବା ଲୋକଟି ଆଖିରେ ଆଜି ଲୁହ ବହୁ ଥିବାରୁ ଆଗାମୀ ବର୍ଷ ଠାରୁ ଆଉ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି ନରି ପଣ୍ଡା।