ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଏୟାରପୋର୍ଟରୁ ବନ୍ୟଜନ୍ତୁ ଉଦ୍ଧାର, ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ

Published By : Harapriya Sethi | March 29, 2025 2:46 PM

ଭୁବନେଶ୍ୱର, ୨୯/୦୩: ଲଗେଜରେ ଭର୍ତ୍ତି କରି ବ୍ୟାଙ୍କକ୍‌ରୁ ଭୁବନେଶ୍ୱରକୁ ବିଭିନ୍ନ ପ୍ରକାରର ବଣ୍ୟଜନ୍ତୁ ଆଣିଥିଲେ ଯୁବକ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଲେ ଯୁବକ । ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ ଟି କଇଁଛ । ଯୁବକ ଜଣକ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । କଷ୍ଟମ ବିଭାଗ ସମ୍ପୃକ୍ତ ଯୁବକଙ୍କ ପାସପୋର୍ଟକୁ ଜବତ କରିଛି ।

ସୂଚନା ମୁତାବକ, ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଯୁବକ ବ୍ୟାଙ୍କକ୍‌ରୁ ୧୦ ଟି ବହୁରୂପୀ ଗୋଧି, ୯ ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ ଟି କଇଁଛକୁ ଏକ ଲଗେଜରେ ଭର୍ତ୍ତି କରି ଭୁବନେଶ୍ୱର ଆଣିଥିଲେ । ସେଗୁଡ଼ିକ ଭୁବନେଶ୍ୱରରୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଇଥାନ୍ତା । ହେଲେ ସବୁ ପ୍ଲାନ୍‌ ଭଣ୍ଡୁର କରିଦେଲା କଷ୍ଟମ ବିଭାଗ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆସି ପହଞ୍ଚିବା ପରେ କଷ୍ଟମ ବିଭାଗର ଚେକିଂ ବେଳେ ଯୁବକ ଜଣକ ଧରା ପଡ଼ିଥିଲେ । ତାଙ୍କଠାରୁ ସମସ୍ତ ବଣ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବରେ ଜବତ କରିବା ସହ ଯୁବକଙ୍କ ପାସପୋର୍ଟ ମଧ୍ୟ ଜବତ କରିଛି କଷ୍ଟମ ବିଭାଗ । ଉଦ୍ଧାର ହୋଇଥିବା ସମସ୍ତ ବଣ୍ୟଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କର ପଟିଆ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ସହ ଲିଙ୍କ୍‌ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ସେଗୁଡ଼ିକୁ ଚେନ୍ନାଇର କେଉଁ କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା, ତାହାର ତଦନ୍ତ କରୁଛି ବନ ବିଭାଗ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.