ବାରଙ୍ଗ,୩୧/୦୩: ପର୍ଯ୍ୟଟକଙ୍କ ପାଇଁ ଖସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଲେ ନୂଆ ଅତିଥି। ସେଥିରେ ୭ ଟି କାଲିଫର୍ଣ୍ଣିଆ କିଙ୍ଗ୍ ସାପ ଓ ୨ ଟି ଆଲବିନା କାଲିଫର୍ଣ୍ଣିଆ କିଙ୍ଗ୍ ସାପ, ୧୦ଟି ପିଗ ନାଜ୍ଡ୍ କଇଁଛ, ୭ଟି ନାଇଲ୍ ମନିଟର ଗୋଧି ରହିଛନ୍ତି। ସମସ୍ତ ଯନ୍ତୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଂଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ଉପରେ ନଜର ରଖା ଯାଇଛି।
ଭୁବନେଶ୍ୱର ବିମାନବନ୍ଦରରୁ ଜବତ ବନ୍ୟଜନ୍ତୁ ଉଦ୍ଧାର ପରେ ସିଟି ଫରେଷ୍ଟ ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି । ସେଥିରେ ୭ ଟି କାଲିଫର୍ଣ୍ଣିଆ କିଙ୍ଗ୍ ସାପ ଓ ୨ ଟି ଆଲବିନା କାଲିଫର୍ଣ୍ଣିଆ କିଙ୍ଗ୍ ସାପ, ୧୦ଟି ପିଗ ନାଜ୍ଡ୍ କଇଁଛ, ୭ଟି ନାଇଲ୍ ମନିଟର ଗୋଧି ଆସିଥିବା ନନ୍ଦନକାନନର ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।
ଶନିବାର ଜଣେ ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଯୁବକ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ଯାଉଥିଲା ବେଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଲଗେଜରୁ ବନ୍ୟଜନ୍ତୁ ଜବତ କରିଥିଲେ। ପରେ ସିଟି ଫରେଷ୍ଟ ଜବତ ଜୀବଜନ୍ତୁଙ୍କୁ ନନ୍ଦନକାନନ ହସ୍ତାନ୍ତର କରିଛନ୍ତି।
ଏୟାରପୋର୍ଟରୁ ବନ୍ୟଜନ୍ତୁ ଉଦ୍ଧାର, ବ୍ୟାଙ୍କକ୍ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ