ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

Published By : Prameya | March 29, 2025 4:09 PM

ଫିରିଙ୍ଗିଆ, ୨୯/୦୩ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ I ଧରା ପଡ଼ିଥିବା ରାଜସ୍ୱ ନିରୀକ୍ଷକ ଜଣକ ହେଉଛନ୍ତି ଦେବାଶିଷ ନାଏକ I ସେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ଅଧୀନରେ  କ୍ରାଣ୍ଡିବାଲି ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ I 

ଫିରିଙ୍ଗିଆ ବ୍ଲକ ପାହିରେଜୁ ପଞ୍ଚାୟତ ଅଧୀନରେ ଥିବା କୁସ୍ପାଜୁ ଗାଁର ସୁଦର୍ଶନ କହଁର ଆବାସ ଯୋଜନାରେ ରାଜ୍ୟ  ସରକାରଙ୍କ ତରଫରୁ ପାଇଥିବା ଗୃହ ନିର୍ମାଣ ପାଇଁ  ଇଟା ଭାଟି କରିଥିଲେ I ସମ୍ପୃକ୍ତ ଆରଆଇ ଜଣକ ଏହି ଇଟାଭାଟି ବେଆଇନ ଭାବରେ କରିଛ କହି ଧମକଚମକ ଦେଇଥିଲେ I ପରେ ସାତ ହଜାର ଟଙ୍କା ଦେଲେ କିଛି ହବନି କହି ଲାଞ୍ଚ ମାଗିଥିଲେ I ଏହି ଘଟଣାକୁ ନେଇ ସୁଦର୍ଶନ ଭିଜିଲାନ୍ସ ବିଭାଗର   ଦ୍ୱାରସ୍ଥ ହୋଇଥିଲେ I ଯୋଜନା ମୁତାବକ ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତିଙ୍କ ସହ ଏକ ଟିମ ପ୍ରସ୍ତୁତ ହୋଇ କ୍ରାଣ୍ଡିବାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଜଗି ରହିଥିଲେ।  ରାଜସ୍ୱ ନିରୀକ୍ଷକ ଜଣକ ସୁଦର୍ଶନଙ୍କ ଠାରୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲେ। ଅଧିକ ପଚରା ଉଚୁରା ପାଇଁ ପ୍ରଥମେ ତାଙ୍କୁ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରାଯାଉଥିବା ବିଭାଗ ତରଫରୁ ସୂଚନା ମିଳିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.