ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ପୁଣିଥରେ ତଦନ୍ତ ଆରମ୍ଭ କରିବେ ମହାରାଷ୍ଟ୍ର ସରକାର, ପୂର୍ବ ସରକାର ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ...

Published By : Ladu Kishor | March 26, 2025 5:11 PM

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ପୁଣିଥରେ ତଦନ୍ତ ଆରମ୍ଭ କରିବେ ମହାରାଷ୍ଟ୍ର ସରକାର। ବିଜେପି ବିଧାୟକ ରାମ କଦମ ଏହି ସୂଚନା ଦେଇଛନ୍ତି, କହିଛନ୍ତି ଯେ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି, ସୁଶାନ୍ତ ସିଂହ ରାଜପୁତ ମାମଲାର ପୁଣି ଥରେ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ତଦନ୍ତ କରିବ। ନ୍ୟୁଜେ ଏଜେନ୍ସି ANI ସହ ଆଲୋଚନାରେ ସେ ଏହା କହିଛନ୍ତି। ବିଜେପି ବିଧାୟକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଉଦ୍ଧବ ଠାକରେ ସରକାର ୬୮ ଦିନ ପର୍ଯ୍ୟନ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରି ନଥିଲେ। ଏହାକୁ କେବେ ହସ୍ତାନ୍ତର କରାଯାଇଥିଲା ? ଯେତେବେଳେ ତାଙ୍କ ଘରର ଫର୍ଣ୍ଣିଚର କାଢ଼ିଦିଆଗଲା, ଘରଟି ରଙ୍ଗ କରାଗଲା, ଆଉ ସେହି ଘରଟିକୁ ପୁରୁଣା ମାଲିକଙ୍କୁ ହସ୍ତାନ୍ତର କରାଗଲା। ବିହାରରୁ ପୋଲିସ ଆସୁଥିଲା, ହେଲେ ସେମାନଙ୍କୁ ତଦନ୍ତ କରିବାକୁ ଅନୁମତି ଦିଆଗଲା ନାହିଁ। ଯେତେବେଳେ ଆପଣ ଏହି ସମସ୍ତ ପଏଣ୍ଟ ଗୁଡ଼ିକୁ ଏକାଠି କରନ୍ତି, ଏହା ସ୍ପଷ୍ଟ ହେଉଛି କି, ଯେ ଉଦ୍ଧବ ଠାକରେଙ୍କ ସରକାର ପ୍ରମାଣ ନଷ୍ଟ କରିବାର ଦୁଃସାହସ କରିଥିଲା।

ସୂଚନାଥାଉକି ଯେ, ଏହି ମାମଲାରେ ସିବିଆଇ ନିକଟରେ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ,ଅଭିନେତାଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ଥିଲା ଏବଂ କେହି ତାଙ୍କୁ ଏହା କରିବାକୁ ଉସୁକାଇ ନଥିଲେ।

ବିଜେପି ବିଧାୟକ ଦାବି କରିଛନ୍ତି ଯେ,ଏହି କାରଣରୁ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ। ଯଦି ସିବିଆଇ ନ୍ୟାୟ ପାଳିକା ସମ୍ମୁଖରେ କ୍ଲୋଜର ରିପୋର୍ଟ ଉପସ୍ଥାପନ କରିଛି, ତେବେ ଏହାର ଅର୍ଥ ସ୍ପଷ୍ଟ। ଏହାର ଅର୍ଥ ହେଉଛି ଯେ ଆରୁଷିଙ୍କ ମାମଲାରେ ଯେଉଁଭଳି ଭାବରେ କ୍ଲୋଜର ରିପୋର୍ଟ ଉପସ୍ଥାପନ କରାଯାଇଥିଲା, ନ୍ୟାୟପାଳିକା ଏହାକୁ ଗ୍ରହଣ କରି ନଥିଲା। ସେହିପରି, ଏହାର (ସୁଶାନ୍ତ ସିଂହ ରାଜପୁତ) ପୁଣି ଥରେ ତଦନ୍ତ କରାଯିବା ଉଚିତ ।

୧୪ ଜୁନ୍ ୨୦୨୦ରେ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ତାଙ୍କ ରୁମରେ ମୃତ ଅବସ୍ଥାରେ ପାଇଥିଲେ। ବିହାରର ସୁଶାନ୍ତ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.