ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କ୍ଲାସ ଚାଲିଥିବା ବେଳେ ଅଚେତ ହୋଇପଡିଲେ ୪ଜଣ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି

Published By : Prameya | February 18, 2025 2:24 PM

ରାୟଗଡ଼ା ୧୮/୦୨: କ୍ଲାସ ଚାଲିଥିବା ବେଳେ ଅଚେତ ହୋଇପଡିଲେ ୪ଜଣ ଛାତ୍ରୀ। ସକାଳୁ ହଷ୍ଟେଲରେ ଭାତ, ଡାଲି ଓ ଅଣ୍ଡା ତରକାରୀ ଖାଇଥିଲେ । ଯାହାପରେ ବାନ୍ତି କରି ଅସୁସ୍ଥ ହୋଇଥିଲେ। ସୋମାନଙ୍କୁ ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ରିବଲକୋଣା ସେବା ଆଶ୍ରମ ବିଦ୍ୟାଳୟରେ। ନବମ ଶ୍ରେଣୀର ୪ଜଣ ଛାତ୍ରୀ ସକାଳୁ ହଷ୍ଟେଲରେ ଭାତ, ଡାଲି ଓ ଅଣ୍ଡା ତରକାରୀ ଖାଇଥିଲେ। ଯାହାପରେ ସେମାନେ ଅସୁସ୍ଥ ହୋଇଥିଲେ। କ୍ଲାସ ଚାଲିଥିବା ବେଳେ ୪ ଜଣ ଛାତ୍ରୀ ବାନ୍ତି କରି ଅଚେତ ହୋଇ ପଡିଥିଲେ। ଯେହାପରେ ସେମାନଙ୍କୁ ତୁରନ୍ତ  ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.