ଭୁବନେଶ୍ଵର, ୨୧/୦୨ : ୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲା ଭାଲୁ। ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି ବନଖଣ୍ଡ ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ଗ୍ରାମରେ ଏକ କୂଅରେ ଖସିପଡିଥିବା ଭାଲୁକୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଏବଂ ବନ ବିଭାଗର ମିଳିତ ଟିମ୍ ଭାଲୁଟିକୁ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ, ଗୁରୁବାର ରାତିରେ ଫାସିଗୁଡ଼ା ଗାଁ ଭିତରକୁ ଏକ ଭାଲୁ ପଶି ଆସିଥିଲା। ଗାଁରେ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରେ ଭାଲୁଟି ଖସି ପଡିଥିଲା। ସକାଳୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀର ମିଳିତ ଟିମ୍ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଛନ୍ତି। ଭାଲୁଟିର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ନିକଟସ୍ଥ ଜଙ୍ଗଲରେ ନେଇ ଛାଡ଼ି ଦିଆଯିବ।
ଏହି ଖବରଟିକୁ ପଢନ୍ତୁ-ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ