ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ

Published By : Harapriya Sethi | February 21, 2025 10:24 AM

ଭୁବନେଶ୍ୱର, ୨୧/୦୨: ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ । ଦୁର୍ଘଟଣା ହେବା ଫଳରେ ବୋଲେରୋରେ ଥିବା ୧୧ ଜଣ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ପରୀକ୍ଷାର୍ଥୀ ରାଜନଗର ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ହାଇ ସ୍କୁଲ୍‌ର ହୋଇଥିବା ବେଳେ ଡାଙ୍ଗମାଳ ସ୍ଥିତ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଉଥିଲେ । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡାଙ୍ଗମାଳ- ରାଜନଗର ରାସ୍ତାର କୃଷ୍ନ ନଗର ଠାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବିବେକାନନ୍ଦ ହାଇ ସ୍କୁଲ୍‌ର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୋଲେରୋ ଡାଙ୍ଗମାଳ ସ୍ଥିତ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଉଥିଲା । କୃଷ୍ଣ ନଗର ଠାରେ ବୋଲେରୋଟି ଏକ ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ଫଳରେ ୯ ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଦୌଡ଼ି ଆସି ତୁରନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରି ଡାଙ୍ଗମାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ପରୀକ୍ଷା ପାଇଁ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପଠାଇ ଦିଆଯାଇଛି । ସେପଟେ ଖବର ପାଇ ତାଳଚ୍ଚୁଆ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସାଇକେଲ ଆରୋହୀଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.