ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୁସ୍ଥ ରହିବା ପାଇଁ ଯୋଗ ହିଁ ଏକ ବଡ଼ ମାଧ୍ୟମ

Published By : Prameya | February 21, 2025 6:33 PM

ଦାରିଙ୍ଗବାଡ଼ି,୨୧/୨ : ବର୍ତ୍ତମାନ ଯୁଗରେ ନୂଆଁ ନୂଆଁ ଜୀବନ ଶୈଳୀ ଲୋକଙ୍କ ପାଇଁ ଆଣି ଦେଇଛି ଅନେକ କିଛି ଶାରୀରିକ ଅସୁସ୍ଥତା । ଫଳରେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଅଧିକାଂଶ ଲୋକେ ବର୍ତ୍ତମାନ ମଧୁମେହ, ରକ୍ତ ଚାପ, ମେଧ ବହୁଳତା, ଫ୍ୟାଟି ଲିଭର, କ୍ୟାନସର ଭଳି ରୋଗରେ ପୀଡ଼ିତ ହେଉଛନ୍ତି ।  

ଆଉ ଏହି ରୋଗର ଟିକିଏ ତ୍ରାହି ପାଇବା ପାଇଁ ହେଉ ଅବା ନିରୋଗ ରହିବା ପାଇଁ ଲୋକେ ବର୍ତ୍ତମାନ ଯୋଗକୁ ଆପଣାଇ ନେଇଛନ୍ତି । ଯୋଗ ହିଁ ନିରୋଗର ଏକ ବଡ଼ ମାଧ୍ୟମ ସାଜିଛି । ଆଉ ଏହି ଯୋଗକୁ ଆପଣାଇଛନ୍ତି ଦାରିଙ୍ଗବାଡିର କିଛି ଲୋକ । ସକାଳ ହୋଇଗଲେ କଲେଜ ପଡ଼ିଆରେ ଜମେ ଲୋକଙ୍କ ଭିଡ଼ । ଏହାରି ମଧ୍ୟରେ କିଛି ଲୋକ ଦୌଡ଼ା ଦୌଡ଼ି କରି ଥାଆନ୍ତି ତ ଆଉ କିଛି ଯୋଗରେ ମଗ୍ନ ଥାଆନ୍ତି । ଯୋଗ ଗୁରୁ ସୂର୍ଯ୍ୟ ନାରାୟଣ ସାହୁ ଲୋକଙ୍କୁ ନିରୋଗ ରହିବା ଯୋଗ ଶିକ୍ଷା ଦିଅନ୍ତି । କେଉଁ ରୋଗକୁ କେଉଁ ଯୋଗ ରହିଛି ତାହା ବୁଝାଇବା ସହ ସେସବୁ ଯୋଗ   କରିବାକୁ କହନ୍ତି ଯୋଗ ଗୁରୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.