ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବସ୍- ବୋଲେରୋ ମୁହାଁମୁହିଁ , ୬ଗୁରୁତର

Published By : Prameya | February 21, 2025 4:09 PM

ଉଦଳା, ୨୧/୨ : ବସ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା । ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଦୁର୍ଘଟଣା ଘଟିଛି ଶରତ ଥାନା ହଦଗୁଠ ଛକ ନିକଟରେ।  ପ୍ରକାଶ ଯେ, ଭୁବନେଶ୍ୱରରୁ ଶରତ ଅଭିମୁଖେ ବିଜୟା ନାମକ ଏକ ଘରୋଇ ଯାତ୍ରୀବାହି ବସ୍ ଯାଉଥିଲା । ହଦଗୁଠ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ୫ଜଣଙ୍କ ସହିତ ବସ୍ ଡ୍ରାଇଭର ଗୁରୁତର ହୋଇପଡ଼ିଛନ୍ତି । 

ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ବୋଲେରୋର ସାମ୍ନା ପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଶରତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଉଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.