ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୫ ମହିଳା ଆନ୍ତଃ ରାଜ୍ୟ ଲୁଟେରା ବସ୍ ଷ୍ଟାଣ୍ଡରୁ କରୁଥିଲେ ଚୋରି, କାବୁ କରି ପୋଲିସର ଜିମା ଦେଲେ ଲୋକେ

Published By : Prameya | February 21, 2025 11:05 PM

ଆଠଗଡ଼, ୨୧/୨ : ୫ ଜଣ ମହିଳା ଆନ୍ତଃରାଜ୍ୟ ଲୁଟେରାଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଲେ । ଆଠଗଡ ବସଷ୍ଟାଣ୍ଡରେ ବସ୍ ଭିତରୁ ଚୋରି କରୁଥିବାବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ । ଆଠଗଡ଼ ବସ୍ ଷ୍ଟାଣ୍ଡରୁ ଚୋରି କରୁଥିବାବେଳେ ୫ ଜଣ  ଆନ୍ତଃରାଜ୍ୟ ମହିଳା ଲୁଟେରାଙ୍କୁ  ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଇଛନ୍ତି । 

ଲୁଟରେ ସମ୍ପୃକ୍ତ ଥିବା ୫ ଜଣ ମହିଳାଙ୍କ ଘର ବାହାର ରାଜ୍ୟରେ ବୋଲି ଜଣାପଡ଼ିଛି । ପୂର୍ବରୁ ଅନେକ ଚୋରି ଘଟଣାରେ ଏମାନେ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ। ବିଭିନ୍ନ ସମୟରେ ଜନ ଗହଳି ପୂର୍ଣ୍ଣ ଅଞ୍ଚଳକୁ ଯାଇ ଚୋରି କରୁଥିବା ଆଠଗଡ଼ ପୋଲିସ ପକ୍ଷରୁ ସୂଚନା ଦେଇଥିବାବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.