କେନ୍ଦୁଝର,୨୧/୨ : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ, କାଉଁରୀକଳା ପଞ୍ଚାୟତର ପଳସା ପୋଖରୀ ଗ୍ରାମର ଚାଷୀମାନେ ପନି ପରିବା ଫସଲ ନଷ୍ଟ ହୋଇଥିବା ନେଇ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଗତକାଲି ଝଡ଼ ପବନ ସହିତ କୁଆପଥର ମାଡରେ ବିଲାତି, ବାଇଗଣ, ଫୁଲ ଓ ବନ୍ଧା କୋବି, ବଇତାଳୁ, ଭେଣ୍ତି, ବିମ୍, ରସୁଣ, ପିଆଜ, ଲଙ୍କା, ଗହମ ଆଦି ୧୫ଶହ ଏକର ବ୍ୟାପକ ଫସଲ ବର୍ଷା ଓ କୁଆପଥର ମାଡ ରେ ନଷ୍ଟ ହୋଇଯାଇଛି।
ଚାଷୀମାନେ ଋଣ ସମେତ ଧାର କରଜ କରି ଚାଷ କାମରେ ଲଗାଇଥିଲେ । ଏବେ ଅମଳବେଳେ ଝଡ ପବନ କୁଆପଥର ସବୁ ପରିଶ୍ରମ ବୃଥା କରି ଦେଇଛି । ଏହା ଛଡା ଋଣ, ଧାରକରଜ ସୁଜିବା ସହିତ ପରିବାର କେମିତି ପ୍ରତିପୋଷଣ କରିବେ ଚାଷୀ କୂଳ ଦୁଃଖ ପ୍ରକାଶ କରିବା ସହ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଲମ୍ବୋଧର ମହାନ୍ତ, ମଳୟ ମହାନ୍ତ ସମେତ ବହୁ ଚାଷୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।